ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ମାମଲା ରୁଜୁ କରିଛି । ରେଳ ମନ୍ତ୍ରଣାଳୟର ଅନୁରୋଧକ୍ରମେ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ନିର୍ଦ୍ଦେଶ ଏବଂ ଓଡ଼ିଶା ସରକାରଙ୍କ ସହମତି ଆଧାରରେ ସିବିଆଇ ଏହି ମାମଲା ରୁଜୁ କରିଛି । ଏବେ ସିବିଆଇ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଛି । ସିବିଆଇର ଏକ ତଦନ୍ତକାରୀ ଦଳ ବାଲେଶ୍ୱର ଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୂର୍ବରୁ ଦୁର୍ଘଟଣାକୁ ନେଇ ବାଲେଶ୍ୱରର ଜିଆରପି ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାକୁ ନେଇ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା ଜିଆରପି। କାହିଁକି ଏ ଦୁର୍ଘଟଣା ଘଟିଥିଲା ଏବଂ ଏଥି ପାଇଁ କିଏ ଦାୟୀ ଏହି ସବୁର ଯାଞ୍ଚ ପ୍ରକ୍ରିୟା ଚାଲିରହିଛି। ସିଗନାଲର ତୃଟି କିପରି ରହିଥିଲା ଏହା ଉପରେ ତଦନ୍ତ ଚାଲିଛି। ତେବେ ଟ୍ରେନ ଧକ୍କା ସମୟରେ ବିଦ୍ୟୁତ ତାର ଛିଡ଼ି ଯାଇ ୪୦ ଜଣଙ୍କର ମୃତ୍ୟୁ ହୋଇଥିବ ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ସେମାନଙ୍କ ପରିବାର ଲୋକଙ୍କୁ ହରାଇଛନ୍ତି । ଏଥିରେ ୨୮୮ମୃତକଙ୍କ ସଂଖ୍ୟା ରହିଥିବା ବେଳେ ଅହତଙ୍କ ସଂଖ୍ୟା ୧୦୦୦ରୁ ଉର୍ଦ୍ଧ ରହିଛି ।