fbpx

ଦିୱାଲୀ ପୂର୍ବରୁ ଝଟକା ଦେଲେ ମୁଖ୍ୟମନ୍ତ୍ରୀ: ରାଜଧାନୀରେ ବାଣ ଉପରେ ଲଗାଇଲେ ବ୍ୟାନ

ନୂଆଦିଲ୍ଲୀ: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପର ଜିକମିକ ଆଲୁଅ ସାଙ୍ଗକୁ ବାଣର ଶବ୍ଦର ସମ୍ଭାର ହେଉଛି ଏହି ପବିତ୍ର ଦୀପାବଳି ପର୍ବ । କିନ୍ତୁ ଆଲୋକର ଏହି ପର୍ବକୁ କିଛି ଦିନ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଦୀପାବଳିରେ ବାଣ ଉପରେ ବ୍ୟାନ ଆଦେଶ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜଧାନୀରେ ବାଣ ପ୍ରସ୍ତୁତିରୁ ଆରମ୍ଭ କରି ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର ।

ଦୀପାବଳି ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବାଣ କାରବାର ଉପରେ ବ୍ୟାନ ଆଦେଶ ଜାରି ହୋଇଛି । ବାଣ ତିଆରିରୁ ଆରମ୍ଭ କରି, ବିକ୍ରି, ସଂରକ୍ଷଣ ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଥଣ୍ଡା ଦିନରେ ହେଉଥିବା ପ୍ରଦୂଷଣକୁ କାରଣ ଦର୍ଶାଇ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଜାରି କରିଛନ୍ତି । ଜାନୁୟାରୀରୁ ଆରମ୍ଭ କରି ଗତ ଅଗଷ୍ଟ ମାସ ପର୍ଯ୍ୟନ୍ତ ହାରାହାରି ଏକ୍ୟୁଆଇ କମ୍ ରହିଛି । ଗତକାଲି ଦିଲ୍ଲୀରେ ଏକ୍ୟୁଆଇ ୪୫ ରେକର୍ଡ ହୋଇଥିଲା । ତେବେ ଧିରେ ଧିରେ ଅକ୍ଟୋବର ମାସରେ ଥଣ୍ଡା ବଢିବାରୁ ଦିଲ୍ଲୀ ବାତାବରଣରେ ପରିବର୍ତ୍ତନ ହେବା ସହ ପାର୍ଟିକଲ ମେଟର ଜମା ହେବା ଆରମ୍ଭ ହୋଇଥାଏ । ଦିଲ୍ଲୀ ଭିତରର ପ୍ରଦୂଷଣ ଏବଂ ବାହାରର ପ୍ରଦୂଷଣକୁ ମିଶଇ ଅକ୍ଟୋବର-ନଭେମ୍ବରରେ ଏଠାକାର ବାୟୁକୁ ବିଷର ରୂପ ଦେଇଥାଏ ।

ଏହାପରେ ପରିବେଶ ମନ୍ତ୍ରୀ ରାୟ କହିଛନ୍ତି ଯେ, ସହରରେ ବାଣ ଉପରେ ପ୍ରତିବନ୍ଧକକୁ ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଜାରି କରାଯିବ । ଗତ ୩ ବର୍ଷରୁ ଲଗାତାର ଭାବରେ ଦିଲ୍ଲୀ ସରକାର ବାଣ ଉପରେ ରୋକ ଲଗାଇ ଆସିଛନ୍ତି । ତେବେ ଗତ ୫-୬ ବର୍ଷରୁ ଦିଲ୍ଲୀର ବାୟୁ ଗୁଣାବତ୍ତାରେ ସୁଧାର ଦେଖିବାକୁ ମିଳିଥିବା ବେଳେ ଆଗକୁ ଏହି ପ୍ରକ୍ରିୟା ଜାରି ରକିବା ଉଚିତ୍ ବୋଲି କହିଛନ୍ତି ଶ୍ରୀ ରାୟ । ତେଣୁ ଚଳିତବର୍ଷ ମଧ୍ୟ ଦୀପାବଳିରେ ବାଣ ଉପରେ ରୋକ ଲଗାଯିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ଏହି ନିୟମକୁ ଉଲ୍ଲଙ୍ଘନ କଲେ ବା ଦୀପାବଳିରେ କୌଣସି ପ୍ରକାରର ବାଣ ଫୁଟାଇଲେ ସମ୍ପୃକ୍ତ ବ୍ୟକ୍ତିକୁ ୬ ମାସ ଜେଲ ସହିତ ୨୦୦ ଟଙ୍କା ଜରିମାନା ଲାଗୁ କରାଯିବା ନେଇ ଗତବର୍ଷ ଘୋଷଣା ହୋଇଥିଲା । ସେହିପରି ବାଣ ପ୍ରସ୍ତୁତ କରୁଥିବା ବ୍ୟକ୍ତି ବିକ୍ରି କରୁଥିବା ଧରା ପଡ଼ିଲେ ତାଙ୍କୁ ୫୦୦୦ ଟଙ୍କାର ଜରିମାନା ସହ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ ।

Get real time updates directly on you device, subscribe now.