ନୂଆଦିଲ୍ଲୀ: କମ୍ପାନୀ ଦରମା ଦେଉନଥିଲେ, ଆପଣାନ୍ତୁ ଏହି ଉପାୟ । ଏମିତି ଅନେକ କମ୍ପାନୀ ଅଛି ଯେଉଁମାନେ କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତି କିନ୍ତୁ ସେମାନଙ୍କୁ ଠିକ୍ ସମୟରେ ଦରମା ଦିଅନ୍ତି ନାହିଁ କିମ୍ୱା କିଛି PF କଟାନ୍ତି ନାହିଁ । ଆଇନ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କର୍ମଚାରୀଙ୍କୁ ଦରମା ଦେବା ଜରୁରୀ । ଏପରି ନହେଲେ ସମ୍ପୃକ୍ତ ନିଯୁକ୍ତିଦାତାଙ୍କ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ।
ଦରମା ନ ମିଳିଲେ କ’ଣ କରିବେ
- ପ୍ରଥମେ ଏଭଳି ମାମଲା ପରିଚାଳନା କରୁଥିବା ଓକିଲ ସେମାନଙ୍କ ଜରିଆରେ ନିଯୁକ୍ତିଦାତାଙ୍କୁ ଲିଗାଲ ନୋଟିସ୍ ପଠାଇପାରିବେ।
- କମ୍ପାନୀ ଏପର୍ଯ୍ୟନ୍ତ ଦରମା ଦେଉନାହିଁ, ତେବେ ଆପଣ ପୋଲିସରେ ଅଭିଯୋଗ କରିପାରିବେ । ତେବେ ଏଭଳି ଅଧିକାଂଶ ଘଟଣାରେ ପୁଲିସ ପକ୍ଷରୁ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
- ଯଦି କମିଶନରଙ୍କ କାର୍ଯ୍ୟାଳୟ ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ କରାନଯାଏ ତେବେ ଆପଣ ଅଦାଲତ ଯାଇପାରିବେ । ଶିଳ୍ପ ବିବାଦ ଆଇନ, ୧୯୪୭ର ଧାରା ୩୩(ସି) ଅନୁଯାୟୀ ଆପଣ ଅଦାଲତରେ ମାମଲା ଦାୟର କରିପାରିବେ ।
- ଯଦି ନିଯୁକ୍ତିଦାତା ଦରମା ଅଟକାଇ ରଖିଛନ୍ତି, ତେବେ କର୍ମଚାରୀ ନିଜେ କିମ୍ବା କୌଣସି ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ଜରିଆରେ ଟଙ୍କା ଦାବି କରିପାରିବେ ।
- ଯଦି କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ଆଇନଗତ ଉତ୍ତରାଧିକାରୀମାନେ ଶ୍ରମ ଅଦାଲତକୁ ଯାଇପାରିବେ ।
- ଯଦି କୋର୍ଟ ସନ୍ତୁଷ୍ଟ ହୁଅନ୍ତି, ତେବେ ନିର୍ଦ୍ଧାରିତ ରାଶି ଦେବାକୁ କଂପାନିକୁ ନିର୍ଦ୍ଦେଶ ଦେଇପାରିବେ ।