fbpx

ଭୋକର ବିକଳ ଚିତ୍ର; ମାଲିକ କାମରୁ ବାହର କରି ଦେବାରୁ ଖାଇବା ବିନା ୩ଦାଦନଙ୍କ ଅବସ୍ଥା ଗୁରୁତର

Advertisement

ଜୟପୁର: (ଓଡ଼ିଶା ଭାସ୍କର) ପେଟର ଭୋକ ମଣିଷକୁ ନେଇଯାଏ ମୃତ୍ୟୁ ମୁଖକୁ ।  ସେମିତି ଏକ ଖବର ଆସିଛି ଛତିଶଗଡ଼ ଜଗଦଲପୁରରୁ । ଭୋକ ଉପାସରେ ପଡ଼ି ୩ ଜଣ ଦାଦନଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି ।  ବଞ୍ଚିବାର ରାହା ଟିକକୁ ନେଇ ବାହାରି ପଡ଼ିଥିଲେ ଦାଦନ ଖଟିବାକୁ । ଦୁଇ ପଇସା ରୋଜଗାର ହେଲେ ପେଟକୁ ଦୁଇମୁଠା ଦାନା ଯାଇଥାନ୍ତା । ହେଲେ ସେତକ ବି ଦଇବ ସହିଲାନି । କାମ କରିବାକୁ ଯାଇଥିଲେ ହେଲେ କାମ ନାହିଁ କହି ଫେରାଇ ଦେଲା ଇଟାଭାଟି ମାଲିକ ।

ଯେଉଥିପାଇଁ ଭୋକ ଉପବାସରେ ରହି ୩ ଜଣ ଗୁରୁତର ହେଇଛନ୍ତି । ଆଉ ସେମାନଙ୍କୁ ଛତିଶଗଡ଼ ଜଗଦଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଥିବା ସମସ୍ତ ଦାଦନ ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଜିଲ୍ଲାର ହୋଇଥିବା ସୂଚନା । ତେଲେଙ୍ଗାନା ଇଟାଭାଟିକୁ କାମ କରିବାକୁ ଯାଇଥିଲେ ଏହି ତିନି ଦାଦନ । ମାଲିକ ବାହର କରି ଦେବାରୁ ସେମାନେ ଛତିଶଗଡ଼ ଜଗଦଲପୁରରେ ଫସି ରହିଥିବା ସୂଚନା ରହିଛି । 

Get real time updates directly on you device, subscribe now.