fbpx

(Video)କୋଠାର ତୃତୀୟ ମହଲାରେ ପହଞ୍ଚିଗଲା କୁମ୍ଭୀର, ଲୋକଙ୍କ ମଧ୍ୟରେ ଖେଳିଗଲା ଆତଙ୍କ, ଭିଡିଓ ହେଉଛି ଭାଇରାଲ୍‌

AAKASH

ଲକ୍ଷ୍ନୌ: ଏଠିକାର ବିଭୂତିଖଣ୍ଡ ଅଞ୍ଚଳରେ ଥିବା ଏକ କୋଠାରେ ହଠାତ୍ ଏକ କୁମ୍ଭୀର ପହଞ୍ଚି ଯିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ମିଳିଥିବା ଖବର ଅନୁଯାୟୀ ଏହି କୁମ୍ଭୀରଟି ବିକଲପ ଖଣ୍ଡ ୩ ମହ୍ଲୋର ପୋଲିସ ଷ୍ଟେସନ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ପହଞ୍ଚି ଯାଇଥିଲା । ଏହାପରେ ପୁଣି ଏହି କୁମ୍ଭୀରଟି ସେଠାରୁ ଯାଇ ୟଶ ହାଇଟସ୍ ଟାୱାରର ତୃତୀୟ ମହଲାରେ ପହଞ୍ଚି ଯାଇଥିଲା ଯାହା ମଲହୋର ପୋଲିସ ଷ୍ଟେସନ ପାଖରେ ଅବସ୍ଥିତ ।

ତେବେ ଲକ୍ଷ୍ନୌର ଭିଭିଆଇପି ଅଞ୍ଚଳରେ କୁମ୍ଭୀର ପ୍ରବେଶ କରିବା ପରେ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । କୁହାଯାଉଛି କୁମ୍ଭୀରଟି ଗୋମତୀ ନଦୀରୁ ଆସି ଆପାର୍ଟମେଣ୍ଟ ପାଖରେ ପହଞ୍ଚି ଯାଇଥିଲା । ଏହି ଘଟଣା ପରେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ସ୍ଥାନୀୟ ପ୍ରଶାସନ କୁମ୍ଭୀରଟିକୁ ଧରିବା ଲାଗି ଏକ ଟିମ୍ ପଠାଇଛି । ଲୋକମାନେ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ସେୟାର କରିଛନ୍ତି ।

Get real time updates directly on you device, subscribe now.