fbpx

କିପରି ପାଳିବା ରଜ? ପରାମର୍ଶ ଦେଲେ ବାଗଚୀ

Advertisement

ଭୁବନେଶ୍ୱର, ୧୧ା୬(ଓଡ଼ିଶା ଭାସ୍କର): କରୋନା ନେଇ ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ଅପଡ଼େଟ ଦେଇଛନ୍ତି । ସେ କହିଛନ୍ତି ଯେ ମା ବସୁଧା ଓ ସମଗ୍ର ନାରୀ ଜାତିକୁ ସମ୍ମାନ ଦେବାର ପର୍ବ ହେଉଛି ରଜ । ଏହି ସମୟରେ ସତର୍କ ରହିବା ଓ ଦାୟିତ୍ୱବୋଧ ପାଳନ କରିବା ମଧ୍ୟ କର୍ତ୍ତବ୍ୟ ରହିଛି । ହେଲେ ଆମେ ଜୀବନକୁ ବିପନ୍ନ କରି ପାଳନ କରିବା ନାହିଁ । କିଛି ଦିନ ଧରି ଦେଶରେ ଦିନକୁ ପ୍ରାୟ ୧୦ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ମେ ୨୭ରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ଠାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ । କରୋନା ସଂକ୍ରମଣରେ ଜନସଂଖ୍ୟା ଘନତ୍ୱର ପ୍ରଭାବ ରହିଛି । ମୁମ୍ବାଇରେ ଏକ ବର୍ଗ କିମିରେ ପ୍ରାୟ ୭୩ହଜାର ଲୋକ ରହନ୍ତି । କିନ୍ତୁ ରାଜ୍ୟରେ ପୁରୀ ସବୁଠୁ ଜନବହୁଳ ସହର । ପୁରୀରେ ପ୍ରତି ବର୍ଗ କିଲୋମିଟରରେ ୧୧ହଜାର ୯୧୦ ଲୋକ ରୁହନ୍ତି । ଓଡ଼ିଶାରେ ସଂକ୍ରମଣ ବଢ଼ିଛି, ହେଲେ ସୁସ୍ଥ ହେବା ସଂଖ୍ୟା ତାଠାରୁ ଅଧିକ ବଢ଼ିଛି । କରୋନା ପାଇଁ ରାଜଯୋଟକ ହେଉଛି ଲୋକ ଭିଡ଼ । ଯେଉଁଠି ଲୋକ ଭିଡ଼ କରୁଛନ୍ତି, ସେଠି ସୁପରସ୍ପ୍ରେଡ଼ର ର ଆଶଙ୍କା ରହିଛି । ତେଣୁ କୌଣସି ସ୍ଥାନରେ ଭିଡ଼ ଜମେଇବା ନାହିଁ । ଏହାସହ ରଜ ପର୍ବ ପାଇଁ ଆସନ୍ତାକାଲି ନାଇଟ କର୍ଫ୍ୟୁ ସନ୍ଧ୍ୟା ୭ଟା ପ୍ରତିବଦଳରେ ରାତି ୧୦ଟାରେ ଲାଗୁ ହେବ ।


ରଜ ବେଳେ କିପରି ବଜାର କରିବା ସେ ଉପରେ ବାଗଚୀଙ୍କ ପରାମର୍ଶ
୧. ଦୋକାନୀ ନିଜେ ମାସ୍କ ପିନ୍ଧିବେ ।
୨. ବିନା ମାସ୍କରେ ଗ୍ରାହକଙ୍କୁ ଆସିବାକୁ ଦେବେ ନାହିଁ ।
୩. ଯଥାସମ୍ଭବ ନଗଦ କାରବାର କରିବେ ନାହିଁ ।
୪. ଗ୍ରାହକମାନେ ଦୋକାନ ବାହାରେ ୬ଫୁଟର ଦୂରତ୍ୱ ରଖନ୍ତୁ ।
୫. ଭିଡ଼ରୁ ଦୂରେଇ ରୁହନ୍ତୁ ଓ ମାସ୍କ ପିନ୍ଧି ଯାଆନ୍ତୁ ।
୬. ପରିବାରରୁ ଯଥା ସମ୍ଭବ କେବଳ ଜଣେ କିଣିବାକୁ ଯାଆନ୍ତୁ ।
୭. ଜିନିଷ କିଣି ଆଣିବା ପରେ ପ୍ରଥମେ ସାନିଟାଇଜ କରନ୍ତୁ ପରେ ଜିନିଷକୁ ଘରକୁ ଆଣନ୍ତୁ ।
କିପରି ପାଳିବା ରଜ
୧. ପରିବାର ଭିତରେ ଏହି ପର୍ବ ପାଳନ କରିବାକୁ ଚେଷ୍ଟା କରିବା ।
୨. ଘରେ ଭିତରେ ପାନ ଖାଇବା ଓ ତାସ୍ ଖେଳିବା ।
୩. ବାହାରକୁ ଯାଇ ବୁଲାବୁଲି କିମ୍ବା ଖେଳାଖେଳି କରିବା ନାହିଁ ।
୪. ସଂଯମ, ସାବଧାନତା ଓ ଦାୟିତ୍ୱବୋଧକୁ ପାଳନ କରିବା ।

Get real time updates directly on you device, subscribe now.