fbpx
BSKY
BJD MC SKY
BJD YOUTH SKY

ଖେଳ ପଡିଆରେ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ, ଘଟଣାକୁ ନେଇ ସବୁଠି ଶୋକରଛାୟା 

ଓଡିଶା ଭାସ୍କର: ଖେଳ ପଡିଆରେ କ୍ରିକେଟ ଖେଳାଳିଙ୍କ ମୃତ୍ୟୁ। ମୟୁରଭଞ୍ଜ ବୈସିଙ୍ଗା ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ମ୍ୟାଚ ଖେଳିବା ସମୟରେ ପଡିଆରେ ଟଳି ପଡିଲେ ଖେଳାଳି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ସବୁଠି ଶୋକରଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ମୃତ ଖେଳାଳି ହେଲେ ବିକାଶ କର। ମ୍ୟାଚ ଖେଳିବା ସମୟରେ ସେ ହଠାତ ତଳେ ପଡି ଅସୁସ୍ଥ ହୋଇପଡିଥିଲେ। ଏହା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ତାଙ୍କୁ ମାଣତ୍ରୀ ମେଡିକାଲକୁ ନେଇଯାଇଥିଲେ। କିନ୍ତୁ ଖେଳାଳି ବିକାଶଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଛନ୍ତି ଡାକ୍ତର। ଅନ୍ୟପଟେ ଏକ ଅପମୃତ୍ୟୁ ମାମଲା ରୁଜୁ ପରେ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ପଠାଯାଇଛି। ତେବେ ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ଘଟଣା ସାମ୍ନାକୁ ଆସିଛି। କିନ୍ତୁ ଆଜି କାହିଁକି ବିକାଶଙ୍କର ହଠାତ ଏଭଳି ଦେହ ଅସୁସ୍ଥ ହୋଇପଡ଼ିଥିଲା ସେନେଇ କିଛି ଜଣା ପଡିନାହିଁ।

Get real time updates directly on you device, subscribe now.