fbpx
BSKY SKY
BSKY SKY

ବାହାହେବେ ସମ୍ବଲପୁର-ବଲାଙ୍ଗୀର ଜିଲ୍ଲାପାଳ, ନିରାଡ଼ମ୍ବରେ ସରିଲା ନିର୍ବନ୍ଧ

BSKY

ସମ୍ବଲପୁର: ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଖୁବ ଶୀଘ୍ର ବାହା ହେବେ। ଗତକାଲି ରବିବାର ଏହି ଦୁଇ ଆଇଏସଙ୍କ ନିରାଡ଼ମ୍ବର ଭାବେ ନିର୍ବନ୍ଧ ସରିଛି। ସମ୍ବଲପୁର ଜିଲ୍ଲାପାଳଙ୍କ ବାସ ଭବନରେ ଏହି ନିର୍ବନ୍ଧ କାର୍ଯ୍ୟ ସମାପନ ହୋଇଛି। ଉଭୟ ପକ୍ଷର ଘନିଷ୍ଠ ବନ୍ଧୁ ଓ ପରିବାର ସଦସ୍ୟ ଏହି ନିର୍ବନ୍ଧ କାର୍ଯ୍ୟରେ ଯୋଗଦେଇଥିଲେ। ଖୁବ ଶୀଘ୍ର ଏହି ଦୁଇ ଜିଲ୍ଲାପାଳ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣା ପଡିଛି।

ଏହି ଅବସରରେ ଚଞ୍ଚଳ ଏବଂ ଅନନ୍ୟାଙ୍କ ପରିବାର ସଦସ୍ୟଙ୍କ ସହିତ ଉଭୟଙ୍କ ଘନିଷ୍ଠ ବନ୍ଧୁ/ବାନ୍ଧବୀମାନେ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏବଂ ସମ୍ବଲପୁର ଏସ୍‌ପି ବି.ଗଂଗାଧର ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ନିମନ୍ତେ ଚଞ୍ଚଳ ଏବଂ ତାଙ୍କର ପରିବାରର ସଦସ୍ୟମାନେ ଗତକାଲିଠାରୁ ସମ୍ବଲପୁର ଆସିଥିଲେ। ଏପରିକି ଚଞ୍ଚଳ ଏବଂ ଅନନ୍ୟା ଉଭୟେ ମିଶି ଗତକାଲି ଶପିଂ କରିଥିଲେ।

ଉଲ୍ଲେଖଯୋଗ୍ୟ ଏହା ହେଉଛି ଉଭୟଙ୍କ ଦ୍ବିତୀୟ ବିବାହ। ୨୦୧୮ ବ୍ୟାଚ୍ ଆଇଏଏସ୍ ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା। ଅନନ୍ୟା ପୂର୍ବରୁ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦଲ୍‌ ଏମ୍‌. ଅଖତରଙ୍କୁ ବିବାହ କରିଥିଲେ। ମତଭେଦ ହେବାରୁ ଉଭୟେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ସେହିପରି, ଓଡ଼ିଶାର ଅନୁଗୁଳ ଜିଲ୍ଲା ଜି ନିବା ନି ସୀ ଶ୍ରୀ ରଣା ଏନ୍ଆଇଟି ସିଲଚରରୁ ବିଟେକ୍ ଡିଗ୍ରି ହାସଲ କରିବା ପରେ ୟୁପିଏସସିରେ ଟପ୍ପର ହୋଇଥିଲେ। ଶ୍ରୀ ରଣା ପୂର୍ବରୁ କୁଚିଣ୍ଡାର ଉପଜିଲ୍ଲାପାଳ ଦାୟିତ୍ୱ ମଧ୍ୟ ତୁଳାଇ ସାରିଛନ୍ତି। ବଲାଙ୍ଗୀର ଜିଲ୍ଲାର ବିକାଶରେ ବିଶେଷ କରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଶ୍ୱେତ ବିପ୍ଲବରେ ସଫଳତା ପାଇଁସେ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚାରେ ରହି ଆସିଛନ୍ତି।

ଓଡ଼ିଶାରେ ପଢ଼ିଥିବା ତଥା ବଢ଼ିଥିବା ଚଞ୍ଚଳ ପୂର୍ବରୁ ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂହଙ୍କୁ ବିବାହ କରିଥିଲେ। ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ଆଜି ଅତ୍ୟନ୍ତ ଗୋପନୀୟ ଭାବରେ ନିର୍ବନ୍ଧ ସରିଥିବା ବେଳେ ଶୀଘ୍ର ସେମାନଙ୍କ ବାହାଘର ହେବାକୁ ସ୍ଥିର ହୋଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ନିର୍ବନ୍ଧ ପରେ ଉଭୟେ ବାସଭବନ ବଗିଚାରେ ଉଠାଇଥିବା ଫଟୋରେ ଅନନ୍ୟା ଏକ ଲାଲ୍ ରଙ୍ଗର ଶାଢ଼ି ପିନ୍ଧିଥିନ୍ଧିବା ବେଳେ ଚଞ୍ଚଳ ଏକ ଧଳା ରଙ୍ଗର ସେରୱାନି ପରିଧାନ କରିଥିବା ଦେଖିବାକୁ ମିଳିଛି। ତେବେ, ଆଜିର ନିର୍ବନ୍ଧରେ ଉଭୟଙ୍କ କେବଳ ଅତି ନିକନିଟ ସମ୍ପର୍କୀୟମାନେ ହିଁ ଉପସ୍ଥିତ ଥିବା ଜଣାପଡ଼ିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

Get real time updates directly on you device, subscribe now.