ବାଲିଗୁଡ଼ାଠାରେ ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା ହାତୀ, ଶୌଚ ପାଇଁ ଯାଇଥିବାବେଳେ ଘଟିଲା ଏଭଳି ଘଟଣା

କନ୍ଧମାଳ: ଶୌଚ କରିବାକୁ ଯାଇଥିବାବେଳେ ଦନ୍ତା ହାତୀର ଶିକାର ହେଲେ ବୃଦ୍ଧ। ବୃଦ୍ଧଙ୍କୁ କଚାଡ଼ି କଚାଡ଼ି ମାରିଦେଲା ଦନ୍ତା ହାତୀ। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିକଟବର୍ତ୍ତୀ ଆଡାସିକୁମା ନିକଟ ପାଙ୍ଗାନାଜୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।

ବୃଦ୍ଧ ଜଣଙ୍କ ଶୌଚ ପାଇଁ ଯାଇଥିବାବେଳେ ଏପରି ଘଟଣା ଘଟିଥିଲା। ସେହି ସମୟରେ ଏକ ଦନ୍ତା ହାତୀ ଆସି ତାଙ୍କୁ କଚାଡି କଚାଡି ମାରିଦେଇଥିଲା।

ଏହି ଘଟଣାରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଥିବାବେଳେ ପ୍ରଶାସନ ପକ୍ଷରୁ ଏନେଇ କଣ ପଦକ୍ଷେପ ନିଆଯିବ ସମସ୍ତେ ଅପେକ୍ଷାରେ ଅଛନ୍ତି।