ମୃତକଙ୍କ ପରିବାରକୁ ମିଳିବ ସହାୟତା, ମୋଦୀ ଘୋଷଣା କଲେ ୨ ଲକ୍ଷ

କର୍ଣ୍ଣାଟକ ସଡ଼କ ଦୁର୍ଘଟଣା। ମୃତକଙ୍କ ପାଇଁ ୨ ଲକ୍ଷ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଆହତଙ୍କୁ ମିଳିବ ୫୦ ହଜାର। ପୂର୍ବରୁ ମଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ୩ ଲକ୍ଷ।

ବେଙ୍ଗାଲୁରୁ: ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ। ପ୍ରଧାନମନ୍ତ୍ରୀ ଘୋଷଣା କଲେ ସହାୟତା ରାଶି। ଆହତଙ୍କ ପରିବାରକୁ ମିଳିବ ୫୦ ହଜାର। ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୋଦୀ।

ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ଏହି ସହାୟତା ମିଳିବ। କର୍ଣ୍ଣାଟକ ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ଏହି ଘୋଷଣା କରିଛନ୍ତି ମୋଦୀ।

ଏହାସହ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା ଜଣାଇବା ସହ, ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ସ୍ଥାନୀୟ ପ୍ରଶାସନ ମଧ୍ୟ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇ ଦେଉଛି।

କିପରି ଘଟିଲା ଦୁର୍ଘଟଣା:  ମୃତକମାନେ ପନିପରିବା ବିକ୍ରେତା ଥିଲେ। ଯେଉଁମାନେକି କର୍ଣ୍ଣାଟକର ସାଭାନୁରରୁ କୁମଟା ବଜାରକୁ ପନିପରିବା ବିକ୍ରୟ କରିବାକୁ ଯାଉଥିବା ବେଳେ ଟ୍ରକଟି ଓଲଟି ପଡ଼ି ୫୦ ମିଟର ଗଭୀର ଘାଇରେ ପଡ଼ିଯାଇଥିଲା।

୧୪ ମୃତ:  ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିଥିଲେ। ଉତ୍ତର କନ୍ନଡ ଜିଲ୍ଲାର ୟେଲାପୁର ଏବଂ ରାଇଚୁର ଜିଲ୍ଲାର ସିନ୍ଧାନୁରରେ ଦୁଇଟି ପୃଥକ ଦୁର୍ଘଟଣାରେ ମୋଟ ୧୪ ଜଣଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ହୃଦୟ ବିଦାରକ ଥିଲା।

ଅନ୍ୟ ଏକ ଘଟଣାରେ ବୁଧବାର ସକାଳେ କର୍ଣ୍ଣାଟକର ରାଇଚୁର ଜିଲ୍ଲାର ସିନ୍ଧାନୁରରେ ଏକ ଗାଡ଼ି ଓଲଟି ପଡ଼ିବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

କ୍ଷତିପୂରଣ ଘୋଷଣା: ବୁଧବାର ସକାଳେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଉତ୍ତର କନ୍ନଡ ଏବଂ ରାଇଚୁର ଜିଲ୍ଲାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ।

ଆଉ ଏବେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।