fbpx

କୁକୁଡା ଅଣ୍ଡା ଦେବା ବନ୍ଦ କରିଦେବାରୁ ପୋଲିସ୍ ପାଖରେ ଅଭିଯୋଗ କଲେ ଫାର୍ମ ମାଲିକ

ପୁଣେ, ୨୧/୦୪ : କୁକୁଡା ଅଣ୍ଡା ଦେବା ବନ୍ଦ କରିଦେବାରୁ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ଫାର୍ମ ମାଲିକ । ଏହି ଖବର ଆସିଛି ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି ଖବର ଟି ପୁରା ସତ । ପୁଣେ ଜିଲ୍ଲାର ଏକ ଫାର୍ମ ମାଲିକ ପୋଲିସ୍ ପାଖରେ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ କୁକୁଡା ମାନଙ୍କୁ ଗୋଟିଏ କମ୍ପାନୀର ଦାନା ଖାଇବାକୁ ଦେଇଥିଲେ । ଆଉ ସେହି ଦାନାକୁ ଖାଇବା ପରଠାରୁ ତାଙ୍କ କୁକୁଡା ମାନେ ଆଉ ଅଣ୍ଡା ଦେଉନାହାନ୍ତି ।


ସୁଚନା ଅନୁସାରେ, ପୁଣେ ଜିଲ୍ଳାର ଲୋନୀ କାଲଭୀର ଥାନାର ବରିଷ୍ଠ ପୋଲିସ୍ ନିରୀକ୍ଷକ ରାଜେନ୍ଦ୍ର ମୋକଶୀ କହିଛନ୍ତି ଯେ, ଅଭିଯୋଗ କରିଥିବା ଲୋକ ହେଉଛି ଜଣେ କୁକୁଡା ଫାର୍ମର ମାଲିକ । ସେ ଏପରି ଅଭିଯୋଗ ଆଣିଛନ୍ତି । ତେବେ ଖାଲି ସେ ନୁହେଁ ତାଙ୍କ ବ୍ୟତୀତ ଆଉ ୪ଟି ଫାର୍ମର ମାଲିକ ମାନେ ଏପରି ଅଭିଯୋଗ ଆଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାକୁ ରୁଜୁ କରାଯାଇ ନାହିଁ କାରଣ ଦାନା ବିକ୍ରି କରିଥିବା କମ୍ପାନୀ ଉକ୍ତ ୪ ଫାର୍ମ ମାଲିକଙ୍କୁ କ୍ଷତିପୁରଣ ଦେବାକୁ ରାଜି ହୋଇଛି । ଅଭିଯୋଗକାରୀ ମାନେ ପଡୋଶୀ ଜିଲ୍ଳା ଅହମଦନଗର ସ୍ଥିତ ଗୋଟିଏ କମ୍ପାନୀରୁ ଦାନା କିଣିଥିଲେ ।

Get real time updates directly on you device, subscribe now.