fbpx

ଦିଲ୍ଲୀରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୨ ।୩: ଚୀନରେ ବ୍ୟାପୁଥିବା ମହାମାରୀ କରୋନା ଭାଇରସ୍ ଧିରେ ଧିରେ ସାରା ବିଶ୍ୱରେ କାୟା ବିସ୍ତାର କରୁଛି । ରାଜଧାନୀ ଦିଲ୍ଲୀରେ ଆଜି ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି । ଜଣେ ଇଟାଲୀ ଫେରନ୍ତା ଭାରତୀୟଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି । ସଂକ୍ରମିତ ରୋଗୀ ଉପରେ ନଜର ରଖାଯାଇଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସେହିପରି ତେଲେଙ୍ଗାନାରେ ମଧ୍ୟ କଣେ କରୋନା ସଂକ୍ରମିତ ରୋଗୀକୁ ଚିହ୍ନଟ କରାଯାଇଛି । ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ପାଖାପାଖୀ ୮୯ ହଜାର ଲୋକ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.