fbpx

ହଙ୍ଗାମାରୁ ହିଁ ପ୍ରଥମ ଦିନର ମୌସୁମୀ ଅଧିବେଶନ ଆରମ୍ଭ, ଦ୍ୱିପ୍ରହର ପର୍ଯ୍ୟନ୍ତ ସ୍ଥଗିତ କରିଦିଆଗଲା ଦୁଇ ଗୃହର କାର୍ଯ୍ୟ

Advertisement

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପୂର୍ବ ସନ୍ଧ୍ୟାରେ ବିରୋଧୀ ଦଳଙ୍କ ଦାବୀକୁ ସରକାର ସ୍ୱୀକାର କରି ମଣିପୁର ହିଂସା ଓ ଦରଦାମ୍ ବୃଦ୍ଧି ଉପରେ ଚର୍ଚ୍ଚା ଲାଗି ସମ୍ମତି ଜଣାଇଥିଲେ । ବୁଧବାର ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ମଣିପୁର ହିଂସା ସହ ଜଡିତ ବୀଭତ୍ସ ଭିଡିଓକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ବିରୋଧୀ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ୍ ସିଂହଙ୍କ ଇସ୍ତଫା ସହିତ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ଦାବୀ କରିଛନ୍ତି ।

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ସହିତ ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀ ସୋନିଆ ଗାନ୍ଧୀଙ୍କ ସିଟ୍ ପାଖକୁ ଯାଇ ତାଙ୍କ ସହ କିଛି ଆଲୋଚନା କରିଥିଲେ । ଆଜି ସଂସଦରେ କେନ୍ଦ୍ର ସରକାର ଦିଲ୍ଲୀ ଅଧ୍ୟାଦେଶ ସହିତ ୩୧ ବିଲ୍ ପାସ୍ କରିବାର ଯୋଜନା ରହିଛି । ଦିଲ୍ଲୀ ଅଧ୍ୟାଦେଶ ଉପରେ ଆମ ଆଦମୀ ପାର୍ଟି ପ୍ରଥମରୁ ହିଁ ହଙ୍ଗାମା ସୃଷ୍ଟି କରିଛି । ୧୭ ଓ ୧୮ ଜୁଲାଇରେ ହୋଇଥିବା ବିରୋଧୀ ଦଳଙ୍କ ବୈଠକରେ କଂଗ୍ରେସ ସହିତ ଅନ୍ୟ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଆପ୍ କୁ ସମର୍ଥନ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା ସୃଷ୍ଟି ହୋଇଛି । ତେବେ ସଂସଦର ଉଭୟ ଗୃହରେ ମଣିପୁର ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଜୋରଦାର ହଙ୍ଗାମାକୁ ଲକ୍ଷ୍ୟ କରି ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରି ଦିଆଯାଇଛି ।

Get real time updates directly on you device, subscribe now.