fbpx
BSKY SKY
BSKY SKY

ଗର୍ଭବତୀ ନାବାଳିକା ମାମଲାରେ ହାଇକୋର୍ଟଙ୍କ ବଡ ରାୟ, ପୋଲିସ ଅଭିଯୋଗ ବିନା ମେଡିକାଲରେ ହୋଇପାରିବ ଚିକିତ୍ସା

BSKY

ମୁମ୍ବାଇ: ମୁମ୍ବାଇ ହାଇକୋର୍ଟ ଗର୍ଭବତୀ ନାବାଳିକା ମାମଲାରେ ବଡ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ପୋଲିସରେ ଅଭିଯୋଗ ଦାଖଲ ହୋଇ ନ ଥିଲେ ବି କୌଣସି ହସ୍ପିଟାଲ୍ ଗର୍ଭବତୀ ନାବାଳିକାଙ୍କ ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ । ଏକ ମାମଲାର ଶୁଣାଣୀ ସମୟରେ ହାଇକୋର୍ଟ ଏପରି ଟିପ୍ପଣୀ ଦେଇଛନ୍ତି । ଏହି ମାମଲାରେ ଏକ ୧୭ ବର୍ଷୀୟ ଗର୍ଭବତୀ ନାବାଳିକା କହିଛନ୍ତି କି ସେ ନିଜର ସାଥି ନାବାଳକଙ୍କ ବିରୁଦ୍ଧରେ ଅପରାଧିକ ମାମଲା କରିବାକୁ ଚାହୁଁ ନାହାନ୍ତି । କାରଣ ତାଙ୍କ ଭିତରେ ସହମତିରେ ସମ୍ବନ୍ଧ ସ୍ଥାପନ ହୋଇଥିଲା ।

ବିଚାରପତି ଜି.ଏସ୍‌. କୁଲକର୍ଣ୍ଣି ଓ ଫିରଦୋସ ପୁନିୱାଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଥିଲେ । କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଥିଲେ କୌଣସି ହସ୍ପିଟାଲ ଗର୍ଭବତୀ ନାବାଳିକାଙ୍କ ଚିକିତ୍ସା ଲାଗି ଅପରାଧିକ ମାମଲା ରୁଜୁ ଉପରେ ଜୋର ଦେଇପାରିବେ ନାହିଁ ।

ଏହି ମାମଲାରେ ନାବାଳିକା ଯେଉଁ ବି ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ତାଙ୍କୁ ପ୍ରଥମେ ପୋଲିସ ଅଭିଯୋଗର କପି ମଗାଯାଇଥିଲା । ଏହାପରେ ସେ ନିଜ ପିତାଙ୍କ ଜରିଆରେ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହି ଯାଚିକାର ଶୁଣାଣୀ କରି ହାଇକୋର୍ଟ ଏପରି ଟିପ୍ପଣୀ ଦେଇଛନ୍ତି ।

Get real time updates directly on you device, subscribe now.