fbpx

ସ୍ତ୍ରୀର ତଣ୍ଟି ଚିପି ଜୀବନରୁ ମାରିଦେଲା ସ୍ୱାମୀ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ : ଆଜିକାଲି ହତ୍ୟା ମାମଲା ବୃଦ୍ଧି ପାଇବାରେ ଲାଗିଛି । ମଣିଷ ରାଗରେ କଣ କରିବସେ ତାହା ସେ ନିଜେ ଜାଣିପାରେନି । ମୁମ୍ବାଇର ଥାଣେ ଅଞ୍ଚଳରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଗତକାଲି ଅର୍ଥାତ ୨୬ ଜୁଲାଇ ରାତିରେ ସ୍ୱାମୀ ନିଶା ସେବନ କରି ସ୍ତ୍ରୀ ସହ ଝଗଡ଼ା କରିଥିଲା । ଏହି ଝଗଡାରେ ସ୍ୱାମୀ ଅତ୍ୟଧିକ ରାଗିଯାଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ମୁମ୍ବାଇ ଥାଣେ ଅଞ୍ଚଳରେ ବାସ କରୁଥିବା ଏକ ଦମ୍ପତି ମଧ୍ୟରେ ପ୍ରାୟ ଦିନ କୌଣସି ନା କୌଣସି ବିଷୟକୁ ନେଇ ଝଗଡ଼ା ହେଉଥିଲା । ଗତ ରବିବାର ଦିନ ମଧ୍ୟ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଏହାପରେ ପୋଲିସ ଦୁହିଁଙ୍କ ନାଁରେ ମାମଲା ରୁଜୁ କରିଥିଲା । କିଛି ପାରିବାରିକ ସମସ୍ୟା ଏବଂ ସ୍ୱାମୀ ସ୍ତ୍ରୀଙ୍କ ଉପରେ ସନ୍ଦେହ କରିବା କାରଣରୁ ଦମ୍ପତିଙ୍କ ମଧ୍ୟରେ କଳହ ସୃଷ୍ଟି ହେଉଥିଲା । ସୋମବାର ରାତି ସମୟରେ ନିଶା ସେବନ କରି ସ୍ୱାମୀ କୌଣସି କାରଣରୁ ସ୍ତ୍ରୀ ସହ କଳି କରିବା ପରେ ସେ ନିଜର ରାଗକୁ ଆଉ କଣ୍ଟ୍ରୋଲ ନକରିପାରି ସ୍ତ୍ରୀର ଗଳା ଚିପି ହତ୍ୟା କରିଥିଲେ ।

ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜେ ମହିଳାର ଭାଇକୁ ଫୋନ କରି ଏହି କଥା ଜଣାଇଥିଲେ । ଏହାପରେ ମୃତକଙ୍କ ଭାଇ ପୋଲିସକୁ ଫୋନ କରି ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାର ମୃତଦେହ ଉଦ୍ଧାର କରିଥିଲା । ଏହା ପରେ ସେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା । ଶେଷରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟାର ମାମଲା ରୁଜୁ କରାଇ ତାକୁ ଗିରଫ କରିଥିଲା ପୋଲିସ ।

Get real time updates directly on you device, subscribe now.