fbpx
BSKY SKY
BSKY SKY

ଅଭିଶପ୍ତ ନଦୀ: ଗାଧୋଇବା ତ ଦୂରର କଥା, ଛୁଇଁଲେ ବି ହୋଇପାରେ ବଡ ବିପଦ

BSKY

ନୂଆଦିଲ୍ଲୀ: ନଦୀରେ ଗାଧୋଇବା ଅନେକ ଲୋକଙ୍କୁ ମଜା ଲାଗିଥାଏ । କିନ୍ତୁ କିଛି ଲୋକ ନଦୀରେ ଗାଧୋଇବା ପାଇଁ ଭୟ କରନ୍ତି । ତେବେ ଏଥିପାଇଁ ସେମାନଙ୍କ ପାଖରେ ବିଭିନ୍ନ କାରଣ ଥାଏ । କେହି ପାଣିରେ ପହଁରିବା ଶିଖି ନଥିବାରୁ ବୁଡିଯିବା ଭୟ କରନ୍ତି ତ ଆଉ କେହି ପାଣି ଭିତରେ ଥିବା ଜୀବଜନ୍ତୁଙ୍କ ଭୟରେ ନଦୀ ଭିତରକୁ ଯିବାକୁ ଇଚ୍ଛା କରନ୍ତି ନାହିଁ । କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ନଦୀରେ ଗାଧୋଇଲେ ଅଶୁଭ ହେବ ବୋଲି, ଆପଣ ଏହାକୁ ବିଶ୍ୱାସ କରିନ ପାରନ୍ତି । କିନ୍ତୁ ଏହି କାରଣ ପାଇଁ ଗୋଟିଏ ନଦୀକୁ ଗାଧୋଇବାକୁ ଅନେକ ଲୋକ ଭୟ କରନ୍ତି । ଆସନ୍ତୁ ଜାଣିବା ଏି ନଦୀ ବିଷୟରେ…

ଟ୍ରେନରେ ଦିଲ୍ଲୀରୁ ପାଟନା ଯିବା ରାସ୍ତାରେ ବକ୍ସର ନିକଟରେ ଏକ ନଦୀ ଦେଖିବାକୁ ମିଳେ । ଏହି ନଦୀ ଅପବିତ୍ର ଏବଂ ଏଠାରେ ଗାଧୋଇଲେ ଜୀବନର ସବୁ କର୍ମ ନାଶ ହୋଇଯାଏ ବୋଲି କୁହାଯାଏ । ସେଥିପାଇଁ ଏହି ନଦୀର ନାମ ରହିଛି କର୍ମନାଶା ନଦୀ । ତେବେ ଏହା ସହ ଅନେକ ପୌରାଣିକ କାହାଣୀ ଯୋଡି ହୋଇ ରହିଛି । ରାଜା ହରିଶ୍ଚନ୍ଦ୍ରଙ୍କ ପିତା ସତ୍ୟବ୍ରତଙ୍କୁ ନେଇ କର୍ମନାଶା ନଦୀ ସହ ଏକ କାହାଣୀ ଏହି ନଦୀକୁ ଅପବିତ୍ର ବୋଲି ଆଖ୍ୟା ଦେଇଛି । ବିଶ୍ୱାସ ରହିଛି ଯେ ସତ୍ୟବ୍ରତ ନିଜ ଶରୀର ସହିତ ସ୍ୱର୍ଗକୁ ଯାତ୍ରା କରିବା ପାଇଁ ମନସ୍ଥ କରିଥିଲେ । କିନ୍ତୁ ସେ ମହର୍ଷି ବଶିଷ୍ଠ ଏବଂ ବିଶ୍ୱାମିତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତାର ଶିକାର ପାଲଟିଯାଇଥିଲେ । ସେ ଗୁରୁଙ୍କୁ ଏହି ଇଚ୍ଛା ବିଷୟରେ କହିବାରୁ ବରଦାନ ଦେବାକୁ ମନା କରି ଦେଇଥିଲେ ମହର୍ଷି ବଶିଷ୍ଠ । ତେବେ ଏଡି ଇଚ୍ଛାକୁ ନେଇ ସେ ମହର୍ଷି ବିଶ୍ୱାମିତ୍ରଙ୍କ ନିକଟକୁ ମଧ୍ୟ ଯାଇଥିଲେ । କିନ୍ତୁ ବଶିଷ୍ଠ ଏବଂ ବିଶ୍ୱାମିତ୍ରଙ୍କ ମଧ୍ୟରେ ପୂର୍ବରୁ ଥିବା ପ୍ରତିଦ୍ୱନ୍ଦିତା ମଧ୍ୟରେ ଫସି ଯାଇଥିଲେ ସତ୍ୟବ୍ରତ । ଗୁରୁ ବଶିଷ୍ଠ ସତ୍ୟବ୍ରତଙ୍କୁ ମନା କରିବାରୁ ବିଶ୍ୱାମିତ୍ର ସତ୍ୟବ୍ରତଙ୍କୁ ସଶରୀର ସ୍ୱର୍ଗରେ ପହଞ୍ଚାଇଥିଲେ ।

କିନ୍ତୁ ସ୍ୱର୍ଗରେ ସତ୍ୟବ୍ରତଙ୍କୁ ସଶରୀର ଦେଖି ଦେବରାଜ ଇନ୍ଦ୍ର କ୍ରୋଧିତ ହୋଇ ଉଠିଥିଲେ । ତେଣୁ ଅଭିଶାପ ଦେଇ ତାଙ୍କୁ ଓଲଟା ଶରୀରରେ ଧରତୀକୁ ପଠାଇ ଦେଇଥିଲେ ଇନ୍ଦ୍ରଦେବ । କିନ୍ତୁ ନିଜ ତପ ବଳରେ ମହର୍ଷି ବିଶ୍ୱାମିତ୍ର ସତ୍ୟବ୍ରତଙ୍କୁ ଧରତୀ ଏବଂ ସ୍ୱର୍ଗ ମଜିରେ ରଖି ଦେଇଥିଲେ । ତେଣୁ ତାଙ୍କୁ ନିଶୁଙ୍କ ବୋଲି କୁହାଗଲା । ଏହାପୂର୍ବରୁ ସତ୍ୟବ୍ରତଙ୍କୁ ଚାଣ୍ଡାଳ ହେବାର ଅଭିଶାପ ଦେଇଥିଲେ ଗୁରୁ ବଶିଷ୍ଠ । ସତ୍ୟବ୍ରତଙ୍କତ୍ସ୍କ ଥଳ ଆଡକୁ ଝୁଲି ରହୁଥିବାରୁ ତାଙ୍କ ପାଟିରୁ ଲଗାତାର ବହୁଥିବା ଲାଳ ଏକ ନଦୀର ରୂପ ନେଲା । ଆଉ ଏହି ନଦୀକୁ କୁହାଗଲା କର୍ମନାଶା ନଦୀ । ଏହି ନଦୀକୁ ସତ୍ରବ୍ରତଙ୍କ କାହାଣୀ ଯୋଗୁଁ ଅଭିଶପ୍ତ ଏବଂ ଅଶୁଭ ବୋଲି ଏବେ ବି ବିଶ୍ୱାସ କରାଯାଉଛି ।

Get real time updates directly on you device, subscribe now.