fbpx

(Video) ବିମାନରେ କାହିଁକି Flight Modeରେ ରଖାଯାଏ ଫୋନ୍? ଜାଣିଛନ୍ତି କି ଏହାର ଉତ୍ତର…

Advertisement

ଓଡ଼ିଶା ଭାସ୍କର: ବିମାନରେ ଯାତ୍ରା କରିବା ସମୟରେ ଯାତ୍ରୀମାନଙ୍କୁ ଫୋନ ଫ୍ଲାଇଟ ମୋଡ କରିବା ପାଇଁ କୁହାଯାଇଥାଏ । ତେବେ କାହିଁକି? ଅନେକ ଲୋକ ଏହାର କାରଣ ଜାଣି ନଥାନ୍ତି । ମୋବାଇଲକୁ ଫ୍ଳାଇଟ୍ ମୋଡ୍‌ରେ ରଖିବା ପାଇଁ କ୍ର୍ୟୁ ମେମ୍ବର ବାରମ୍ବାର ଆମକୁ କାହିଁକି କହିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ, ଯାତ୍ରୀ ମାନଙ୍କୁ କାହିଁକି ମୋବାଇଲକୁ ଫ୍ଳାଇଟ୍ ମୋଡ୍‌ କରିବାକୁ କୁହାଯାଏ । ଅନେକ ସମୟରେ ଆପଣ ଦେଖିଥିବେ ମୋବାଇଲରେ ଇଣ୍ଟରନେଟ ସଠିକ ଭାବରେ ଚାଲୁ ନଥିଲେ ଆମେ ପ୍ରାୟତଃ ଫ୍ଲାଇଟ ମୋଡ୍ କରି ପୁଣିଥରେ ଏହାକୁ ଅଅନ୍ କରି ଦେଇଥାଉ । ଏହାଦ୍ୱାରା ନେଟଓ୍ବର୍କ ଏବଂ ଇଣ୍ଟରନେଟ୍ ରିସେଟ୍ ହୋଇଯାଏ ।

ବିମାନରେ ସିଟ୍ ବେଲ୍ଟକୁ ବାନ୍ଧିବା ପରେ, ମୋବାଇଲ ଫୋନ୍‌କୁ ଫ୍ଲାଇଟ୍‌ ମୋଡ୍‌ରେ ରଖିବା ପାଇଁ କହିଥାନ୍ତି କ୍ର୍ୟୁ ମେମ୍ବର୍ । ପୂର୍ବରୁ ଫୋନକୁ ସୁଇଚ୍ ଅଫ୍ କରିବାକୁ ପଡୁଥିଲା । ଫ୍ଲାଇଟ୍ ମୋଡ୍‌ ଅନ୍ କରିଦେଲେ ମୋବାଇଲରୁ ନେଟଓ୍ବର୍କ କଟିଯାଏ । GSP, Wi-Fi, BlueTooth ଭଳି ସେବା ମଧ୍ୟ ବନ୍ଦ ହୋଇଯାଏ । କେବଳ ସେତିକି ନୁହେଁ ଇଣ୍ଟରନେଟ୍ ଏବଂ କଲିଂ ସେବା ମଧ୍ୟ ବନ୍ଦ ହୋଇଯାଏ । ହେଲେ ଏବେ ଆମେ ଆପଣଙ୍କୁ କହିବୁ, ବିମାନରେ ମୋବାଇଲକୁ ଫ୍ଲାଇଟ୍ ମୋଡ୍‌ କରିବାର ଉଦ୍ଦେଷ୍ୟ କଣ ? ବିମାନ ଉଡ଼ାଣ ସମୟରେ ପାଇଲଟ୍‌ କଣ୍ଟ୍ରୋଲ ରୁମ୍ ସହିତ ଯୋଗାଯୋଗରେ ରୁହନ୍ତି । ରେଡିଓ ତରଙ୍ଗ ମାଧ୍ୟମରେ, ଏହି ଯୋଗାଯୋଗ ହୋଇଥାଏ । ଯାହାକି ବିମାନର ନାଭିଗେସନ୍ ଓ ଯୋଗାଯୋଗ ବ୍ୟବସ୍ଥାରେ ସହାୟକ ହୋଇଥାଏ । ତେବେ ସେହି ସମୟରେ ଯଦି ମୋବାଇଲ ଫୋନ୍‌ ଫ୍ଲାଇଟ୍ ମୋଡ୍ ଅନ୍ କରାନଯାଏ, ତେବେ ଅନେକ ମୋବାଇଲରେ ନେଟଓ୍ବର୍କ ଆସିଯିବ । ଯାହା ଫଳରେ କଣ୍ଟ୍ରୋଲ ରୁମ୍‌ ସହ ବିମାନର ଯୋଗାଯୋଗରେ ତ୍ରୁଟି ଦେଖାଦେବ । କଣ୍ଟ୍ରୋଲ ରୁମ୍‌ରୁ ଆସୁଥିବା ସୂଚନା ପାଇଲଟ୍‌ଙ୍କ ନିକଟରେ ପହଞ୍ଚି ପାରିବ ନାହିଁ । ଯାହା ଫଳରେ ବଡ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ସେଥିପାଇଁ ବିମାନ ଉଡାଣ ଭିଭାରିବା ପୂର୍ବରୁ, କ୍ର୍ୟୁ ମେମ୍ବର ବାରମ୍ବାର କହିଥାନ୍ତି ମୋବାଇଲକୁ ଫ୍ଳାଇଟ୍ ମୋଡ୍‌ରେ ରଖିବା ପାଇଁ ।

Get real time updates directly on you device, subscribe now.