fbpx
BSKY
BJD MC SKY
BJD YOUTH SKY

ଗୋଟିଏ ସପ୍ତାହରେ The Kashmir Filesର ବକ୍ସ ଅଫିସ୍ କଲେକ୍ସନ ୧୦୦ କୋଟି ଟପିଲା

ନୂଆଦିଲ୍ଲୀ: ‘ଦି କଶ୍ମୀର ଫାଇଲ୍ସ’ ଦର୍ଶକଙ୍କ ଉପରେ ବହୁ ମାତ୍ରାରେ ପ୍ରଭାବ ପକାଉଛି । ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ସିନେମା ହଲରେ ବହୁତ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଏହି ଫିଲ୍ମଟି ବକ୍ସ ଅଫିସରେ ଧୁମ୍ ମଚାଇଛି । ଗୋଟିଏ ସପ୍ତାହ ମଧ୍ୟରେ ଫିଲ୍ମଟି ୧୦୦ କୋଟି ମାଇଲଖୁଣ୍ଟ ପାର କରିସାରିଛି । କେବଳ ଭାରତରେ ୮ ଦିନରେ ଫିଲ୍ମଟି ୧୦୦ କୋଟି ଟପିଯାଇଛି ।

ବିବେକ ଅଗ୍ନିହୋତ୍ରୀ ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ମାତ୍ର ୧୫ କୋଟି ବଜେଟରେ ନିର୍ମାଣ କରାଯାଇଥିଲା । ଗତ ୧୧ ତାରିଖରେ ଏହା ରିଲିଜ୍ ହେବା ସହ ପ୍ରଥମ ଦିନରେ ୩.୫୫ କୋଟି ଟଙ୍କାର ବିଜିନେସ୍ କରିଥିଲା । ଏହାପରେ ଦ୍ୱିତୀୟ ଦିନରେ ୮.୫୦ କୋଟି, ତୃତୀୟ ଦିନରେ ୧୫.୧୦ କୋଟି, ଚତୁର୍ଥ ଦିନରେ ୧୫.୦୫ କୋଟି, ପଞ୍ଚମ ଦିନରେ ୧୮ କୋଟି, ଷଷ୍ଠ ଦିନରେ ୧୯.୦୫ କୋଟି ଓ ସପ୍ତମ ଦିନରେ ୧୮.୦୫ କୋଟି ଟଙ୍କା ଆୟ କରିଥିଲା ।

ତେବେ ଅଷ୍ଟମ ଦିନର ଟ୍ରେଡ ଆନାଲିଷ୍ଟର ଫାଇନାଲ ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ । ହୋଲି ଦିନ ଫିଲ୍ମଟି ୧୯ କୋଟି କଲେକ୍ସନ କରିଥିବା କୁହାଯାଉଛି । ଯଦି ଏପରି ହୁଏ ତେବେ ଅଷ୍ଟମ ଦିନରେ ୧୧୬ କୋଟି ଅଙ୍କ ପାର କରିଯିବ । ତେବେ ଦ୍ୱିତୀୟ ସପ୍ତାହରେ ଫିଲ୍ମଟି ୧୨୫ କୋଟିରୁ ଅଧିକ ଆୟ କରିବାର ଅନୁମାନ କରାଯାଉଛି । ଫିଲ୍ମଟି ପ୍ରଥମ ଦିନ ୬୩୦ରୁ ଅଧିକ ସ୍କ୍ରିନରେ ରିଲିଜ୍ ହୋଇଥିବା ବେଳେ ଦ୍ୱିତୀୟ ସପ୍ତାହରେ ଏହି ନମ୍ବର ବୃଦ୍ଧି ପାଇ ୪ ହଜାରରେ ପହଞ୍ଚିଛି । ଫିଲ୍ମଟି ବେଳକୁ ବେଳ ନୂଆ ନୂଆ ରେକର୍ଡ ସ୍ଥାପନା କରୁଥିବା ବେଳେ ଦର୍ଶକଙ୍କ ହୃଦୟ ଜିତିବାରେ ସହାୟକ ହେଉଛି ।

Get real time updates directly on you device, subscribe now.