fbpx

(video)ପୋଲିସକୁ ଫୋନ୍ କରି ଜେଲ୍ ଯିବାକୁ କଲେ ଜିଦ୍‌, କାରଣ ଜାଣିଲେ ଆପଣଙ୍କର ବି ଉଡିଯିବ ହୋସ୍

ଅପରାଧୀ ହେଉ କି ସାଧାରଣ ବ୍ୟକ୍ତି ସମସ୍ତେ ପୋଲିସ ଠାରୁ ଦୂରେଇ ରହିବାକୁ ଚାହାନ୍ତି । ଯଦି ବି ପୋଲିସ କାହାକୁ ଧରିବାକୁ ଯାଏ ତେବେ ସେହି ବ୍ୟକ୍ତି ଦୌଡିବା କିମ୍ବା ଲୁଚିବାକୁ ଚେଷ୍ଟା କରିଥାଏ । କାରଣ କେହି ବି କେବେ ଜେଲ୍ ଯିବାକୁ ଚାହେଁ ନାହିଁ । ଆପଣ ବି ଆଜି ପର୍ଯ୍ୟନ୍ତ ଏପରି କୌଣସି ବ୍ୟକ୍ତିଙ୍କୁ ଭେଟି ନ ଥିବେ ଯାହାଙ୍କୁ ଜେଲ୍ ଯିବା ପସନ୍ଦ କିମ୍ବା ଜେଲ୍ ଯିବାକୁ ପୋଲିସକୁ ଡକାଇଥିବେ । ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଜେଲ୍ ଯିବାକୁ ପୋଲିସ ପାଖରେ ଆକୁଳ ହେଉଛି ।

୧୦୦ ନମ୍ବରରେ ଫୋନ୍ କରି ଏହି ବ୍ୟକ୍ତି ପୋଲିସକୁ ଡକାଇବା ପରେ ପୋଲିସ ପହଞ୍ଚି ତାଙ୍କୁ ଯେତେବେଳେ ପଚାରୁଛି କ’ଣ ସମସ୍ୟା ହୋଇଛି କୁହନ୍ତୁ , ସେତେବେଳେ ସେ କହୁଛନ୍ତି କି ହଁ ମୁଁ ୨/୨ ଥର ଫୋନ୍ କରିଛି । ମୋର କିଛି ସମସ୍ୟା ନାହିଁ କିନ୍ତୁ ମୁଁ ମଦ ଅଧିକ ପିଇଥାଏ । ଏଣୁ ମୋତେ ଜେଲ୍‌ରେ ନେଇ ବନ୍ଦୀ କରିଦିଅ । ଭିଡିଓରେ ବ୍ୟକ୍ତି ଜଣକ ଆଗକୁ କହୁଥିବାର ଦେଖାଯାଉଛି ଥାନାରେ ୧୦/୧୨ ଦିନ ରହିଲା ପରେ ମଦ ନିଶା ଛାଡିଯିବ । କାରଣ ସେଠାରେ ମଦ ପିଇବାକୁ ମିଳିବ ନାହିଁ ଓ ଅଫିସରମାନଙ୍କର ନାଲି ଆଖି ବି ତାଙ୍କ ଉପରେ ରହିବ । ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ —ପେଜ୍‌ରେ ସେୟାର କରାଯାଇଛି ।

Get real time updates directly on you device, subscribe now.