ମା’ କରନ୍ତି ମୂଲିଆ କାମ, ପୁଅ ଏହି ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି, ନାଁ ଶୁଣିଲେ ଥରନ୍ତି ବିଶ୍ୱର ବଡ଼ ବଡ଼ ରାଜନେତା, କିଏ ଏହି…
ସାରା ବିଶ୍ୱର ନଜର ଆଜି ଯେଉଁ ନେତାଙ୍କ ଉପରେ ରହିଛି ତାଙ୍କ ଅତୀତ ଯେ କେତେ ସଂଘର୍ଷମୟ ଥିଲା ତାହା କଳ୍ପାନ କରାଯାଇନପାରେ ।
ଓଡ଼ିଶା ଭାସ୍କର: ପୃଥିବୀର ସବୁ ବଡ଼ ବଡ଼ ନେତାଙ୍କ ଜୀବନ କାହାଣୀ ଭିନ୍ନ ଭିନ୍ନ । କିଛି ନେତା ପରିବାର ଅଧାରରେ କ୍ଷମତା ହାସଲ କରିଛନ୍ତି ତ କିଛି ନେତା କ୍ଷମତା ହାସଲ କରିବାକୁ କଠିନ ସଂଘର୍ଷ କରିଛନ୍ତି । ଏଭଳି ଅନେକ ନେତାଙ୍କ ଉଦାହରଣ ବିଶ୍ୱ ଦେଖିଛି ।
ହେଲେ ଦୀର୍ଘ ୨୫ ବର୍ଷ ହେବ ପୂର୍ବତନ ସୋଭିଏତ ୟୁନିୟନ ବା ଆଜିର ରଷିଆରେ ନିଜର ଆଧିପତ୍ୟ ବିସ୍ତାର କରି ସର୍ବୋଚ୍ଚ କ୍ଷମତା ରାଷ୍ଟ୍ରପତି ପଦରେ ବସିଥିବା ଭ୍ଲାଦିମୀର ପୁଟିନଙ୍କ ଜୀବନ କାହାଣୀ ବେସ୍ ନିଆରା । ସାରା ବିଶ୍ୱର ନଜର ଆଜି ଯେଉଁ ନେତାଙ୍କ ଉପରେ ରହିଛି ତାଙ୍କ ଅତୀତ ଯେ କେତେ ସଂଘର୍ଷମୟ ଥିଲା ତାହା କଳ୍ପାନ କରାଯାଇନପାରେ ।
ସବୁ ଦାରିଦ୍ରକୁ ପଦାଘାତ କରି ପୁଟିନ ଲେନିନଗାଦରେ ଷ୍ଟେଟ୍ ୟୁନିଭୟସିଟିରୁ ସ୍ନାତକ ପାସ କରିଥିଲେ । ଏହାପରେ ସେ ଜଣେ ଗୋଇନ୍ଦା ଏଜେଣ୍ଟ ଭାବେ କାମ କରିବା ଆରମ୍ଭ କରିଥିଲେ । ଗୋଇନ୍ଦା ଏଜେଣ୍ଟ ଭାବେ ପୁଟିନ ଦୀର୍ଘ ୧୫ ବର୍ଷ କାମ କରିଛନ୍ତି । ଏହାପରେ ସେ ୬ ବର୍ଷ ଧରି କେଜିବି ଏଜେଣ୍ଟ ଭାବେ କାମ କରି ଲେଫ୍ଟନାଣ୍ଟ କର୍ନେଲ ପଦରେ ଥାଇ ଅବସର ନେଇଥିଲେ । ଅବସର ପରେ ବଦଳି ଯାଇଥିଲା ପୁଟିନଙ୍କ ଭାଗ୍ୟ । ସୋଭିୟତ ସଂଘର ସେଣ୍ଟ ପିଟରବର୍ଗ ମେୟରଙ୍କ ପ୍ରଥମ ନିର୍ବାଚିତ ପରାମର୍ଶ ଦାତା ଭାବେ ନିଯୁକ୍ତି ପାଇଥିଲେ ।
ପୁଟିନଙ୍କ କାର୍ୟ୍ୟଦକ୍ଷତା ଏତେ ଶାଣିତ ଥିଲା କି, ୧୯୯୪ ମସିହାରେ ସେ ଡେପୁଟି ମେୟର ହୋଇପାରିଥିଲେ । ୧୯୯୬ ମସିହାରେ ପୁଟିନ ମସ୍କୋ ଚାଲିଯାଇଥିଲେ । ସେଠାରେ ସେ ବଡ଼ ବଡ଼ ନେତାଙ୍କ ବିଶ୍ୱାସ ଜିତିବାରେ ସମର୍ଥ ହୋଇଥିଲେ । ୧୯୯୮ ମସିହାରେ ବୋରିସ ୟେଲତାସିନ ପୁଟିନଙ୍କୁ ଘରୋଇ ଗୁଇନ୍ଦା ସଂସ୍ଥା ଫେଡରାଲ ସିକ୍ୟୁରିଟି ସର୍ଭିସର ପ୍ରମୁଖ ଭାବେ ନିଯୁକ୍ତ କରିଥିଲେ । ଏବେ ପୁଟିନ ଋଷ ସରକାରର ପ୍ରଭାବଶାଳୀ ସୁରକ୍ଷା ପରିଷଦର ସଚିବ ହୋଇଗଲେ । ୧୯୯୯ ମସିହାରେ ୟେଲତାସିନ ଯେତେବେଳେ ନିଜର ଉତ୍ତରାଧିକାରୀ ଖୋଜିବା ପାଇଁ ପ୍ରୋଫାଇଲ ଦେଖିଥିଲେ, ସେତେବେଳେ ତାଙ୍କ ନଜର ଶାନ୍ତ ସ୍ୱଭାବର ପୁଟିନଙ୍କ ଉପରେ ପଡ଼ିଥିଲା । ୟେଲତାସିନ ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିଥିଲେ । ଆଉ ପଛକୁ ଫେରି ଚାହିଁ ନଥିଲେ ପୁଟିନ, ନିଜର ବିଚକ୍ଷଣ ରାଜନୈତିକ ଦକ୍ଷତାକୁ ଉପଯୋଗ କରି ୧୯୯୯, ୨୦୦୮ ଓ ୨୦୧୨ ରେ ସେ କ୍ରମାଗତ ଭାବେ ଋଷର ରାଷ୍ଟ୍ରପତି ପଦ ଦଖଲ କରିଛନ୍ତି ।