fbpx

ଦାଦାଙ୍କ ଆସିବା ଖୁସିରେ ପୁତୁରା ଖାଇଲା ରସଗୋଲା; ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବ ସିଂହଭୂମରେ ରସଗୁୋଲା ଖାଇ ଜଣେ ବାଳକର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। କାନ୍ଦୁଛନ୍ତି ମାଆ-ବାପା ଓ ପରିବାର ଲୋକେ। ଏପରିକି ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି। ଘଟଣାଟି ହେଉଛି ଗାଲୁଡ଼ିହ ଥାନା ଅନ୍ତର୍ଗତ ପଟମାହୁଲିଆ ଗାଁର। ଏଠାରେ ରହୁଥିବା ୧୬ ବର୍ଷୀୟ ଅମିତ୍ ସିଂହଙ୍କ ଦାଦା ରୋନି ସିଂହ ଓଡ଼ିଶାର ଅନୁଗୁଳରେ କାମ କରନ୍ତି। ୩ ମାସ ପରେ ସେ ଘରକୁ ଫେରିଥିଲେ। ଘରେ ଦାଦାଙ୍କ ଆସିବା ଯୋଗୁଁ ସମସ୍ତଙ୍କ ମନ ଖୁସି ଥିଲା।

ଅମିତ୍ ତାଙ୍କ ଦାଦାଙ୍କୁ ଆଣିବା ପାଇଁ ବାଇକ୍ ନେଇ ଗାଲୁଡିହ ରେଳ ଷ୍ଟେସନକୁ ଯାଇଥିଲେ। ଫେରିବା ପରେ ଦାଦାଙ୍କ ସହ ସେ ମିଠା ଦୋକାନରୁ ରସଗୋଲା କିଣି ଘରକୁ ଫେରିଥିଲେ। ଘରେ ପହଞ୍ଚିବା ମାତ୍ରେ ସମସ୍ତଙ୍କୁ ରସଗୋଲା ବାଣ୍ଟିବା ପରେ ଅମିତ୍ ନିଜେ ଉତ୍ସାହରେ ରସଗୁଲ୍ଲା ଖାଇବା ଆରମ୍ଭ କରିଥିଲେ। ତା’ପରେ ହଠାତ୍ ତାଙ୍କ ଗଳାରେ ରସଗୋଲା ଅଟକି ରହିଲା। କିଛି ସମୟ ପରେ ସେ ଅସହଜ ଅନୁଭବ କରିବାକୁ ଲାଗିଲେ। ତାଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେବାରେ ଲାଗିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶ୍ୱାସରୁଦ୍ଧ ହୋଇ ଅମିତ୍ ଙ୍କ ନିଃଶ୍ୱାସ ବନ୍ଦ ହୋଇଯାଇଥିଲା। ଅମିତ୍ ଙ୍କ ବାପା ସଞ୍ଜୀବ ସିଂହ କହିଛନ୍ତି ଯେ ମୋ ପୁଅ ବିଛଣାରେ ଶେଇ ମୋବାଇଲରେ ଗେମ୍ ଖେଳୁଥିବା ବେଳେ ରସଗୋଲା ଖାଉଥିଲା। ଏହି କ୍ରମରେ ସେ ରସଗୁଲ୍ଲା ଚୋବାଇବା ପରିବର୍ତ୍ତେ ତାକୁ ଗିଳି ଦେଇଥିଲେ। ଏହି ସମୟରେ ତାଙ୍କ ପରିବାରର କୌଣସି ସଦସ୍ୟ ନଥିଲେ। ପରେ ଯେତେବେଳେ ଆମେ ତାଙ୍କୁ ଯନ୍ତ୍ରଣାରେ ଦେଖିଲୁ, ଆମେ ତାଙ୍କ ପାଖରେ ପହଞ୍ଚିଲୁ। ସେତେବେଳକୁ ବିଳମ୍ବ ହୋଇସାରିଥିଲା। ଅମିତ୍ ତାଙ୍କ ବାପା-ମାଆଙ୍କ ଏକମାତ୍ର ପୁଅ ଥିଲେ। ସେ ନବମ ଶ୍ରେଣୀର ଛାତ୍ର ଥିଲେ।

Get real time updates directly on you device, subscribe now.