fbpx

ଏବେ ଲାଗୁ ହେବନି ନୂଆ Hit And Run ନିୟମ: ସରକାର ଦେଲେ ଭରସା

ନୂଆଦିଲ୍ଲୀ: ୩ଟି ନୂଆ କ୍ରିମିନାଲ ଲ’ ବିପକ୍ଷରେ ହଡ଼ତାଳ ପରେ ଟ୍ରାନ୍ସପୋର୍ଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ହୋଇଯାଇଛି । ନୂଆ ନିୟମରେ ହିଟ୍ ଆଣ୍ଡ ରନ୍ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନକୁ ନେଇ ଡ୍ରାଇଭର ଏବଂ ଟ୍ରାନ୍ସପୋର୍ଟର ବିରାଧ କରୁଥିବା ବେଳେ ସରକାର ସେମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ଆଜି ସନ୍ଧ୍ୟାରେ ବୈଠକ ପରେ ଏହି ନିୟମ ଲାଗୁ କରିବା ପାଇଁ ସମୟ ନେଇଛନ୍ତି ସରକାର । ଅର୍ଥାତ୍ ନୂଆ ହିଟ୍ ଆଣ୍ଡ ରନ୍ ମାମଲା ବର୍ତ୍ତମାନ ଲାଗୁ ହେବନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଟ୍ରକ ଡ୍ରାଇଭର ସଂଘ ଦ୍ୱାରା ଡକାଯାଇଥିବା ଏହି ଧର୍ମଘଟକୁ ବନ୍ଦ କରାଯାଇଛି।

ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି ଯେ, ହିଟ୍ ଆଣ୍ଡ ରନ୍ କୁ ନେଇ ପ୍ରସ୍ତୁତ ହୋଇଥିବା ନୂଆ ନିୟମ ଏବେଠାରୁ ଲାଗୁ ହେବନାହିଁ । ତେଣୁ ହଡ଼ତାଳରେ ବସିଥିବା ଗାଡ଼ିଚାଳକମାନଙ୍କୁ କାର୍ଯ୍ୟକୁ ଫେରିଯିବା ପାଇଁ ସେ ଅପିଲ କରିଛନ୍ତି । ଭାରତୀୟ ନ୍ୟାୟ ସଂହିତାରେ ଏଭଳି ମାମଲାରେ ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ମିଳିପାରେ । ଅବହେଳା ଯୋଗୁଁ ଦୁର୍ଘଟଣା ପରେ ପୋଲିସ କିମ୍ବା ପ୍ରଶାସନକୁ ସୂଚନା ନ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବା ଡ୍ରାଇଭରମାନଙ୍କୁ ସାବାଡ଼ କରିବା ପାଇଁ ଏଭଳି ଏକ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ତେବେ ଗାଡ଼ିଚାଳକମାନେ ଏହି ନିୟମକୁ ବିରୋଧ କରିଛନ୍ତି ।

Get real time updates directly on you device, subscribe now.