fbpx

ଇରାନର ଆଗାମୀ ରାଷ୍ଟ୍ରପତି ହେବେ ଇବ୍ରାହିମ୍ ରଈସୀ

Advertisement

ନୂଆଦିଲ୍ଲୀ: ଇରାନ୍ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସି ସାରିଛି । ନିର୍ବାଚନରେ ଦେଶର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲ୍ଲି ଖାମନେଇଙ୍କ କଟ୍ଟର ସମର୍ଥକ ତତା ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ୍ ରୟସୀ ବହୁତମତରେ ନିର୍ବାଚିତ ହୋଇଛନ୍ତି । ଏଥିରେ ଉଦାରବାଦୀ ପ୍ରାର୍ଥୀ ଅବଦୁଲ ନାସିର ହିମ୍ମାତୀଙ୍କ ଶୋଚନୀୟ ପରାଜୟ ହୋଇଛି । ରାୟସୀଙ୍କୁ ୧କୋଟି ୭୮ ଲକ୍ଷ ଭୋଟ ମିଳିଥିବା ବେଳେ ହିମ୍ମାତୀଙ୍କୁ ମାତ୍ର ୨୪ଭୋଟ ମିଳିଛି ।

ତେବେ ଇରାନ୍ ରାଷ୍ଟ୍ରପତି ନିର୍ବାଚନ ପ୍ରତି ମତାଦାତା ଏଥର ଅନାଗ୍ରହୀ ଥିଲେ । ଏଣୁ କମ୍ ଭୋଟ୍ ପଡିଥିଲା । ରାୟସୀ ନିର୍ବାଚନ୍ ପ୍ରାର୍ଥୀ ହେବା ଅନେକ ଭୋଟରଙ୍କୁ ନିରାଶ କରିଥିଲା । ଏଣୁ ଅନେକ ଲୋକ ମତଦାନ କେନ୍ଦ୍ରକୁ ଆସିନଥିଲେ । ନିର୍ବାଚନରେ ରାୟସୀଙ୍କ ବିପକ୍ଷରେ ହିମ୍ମାତୀଙ୍କ ସମେତ ପୂର୍ବତନ ରିଭଲ୍ୟୁସନାରୀ ଗାର୍ଡ କମାଣ୍ଡର ମୋହସିନ ରଜାଇ, ଆମିର ହୁସେନ ଗାଜିଜାଦା ହାସ୍ମୀ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀତା କରୁଥିଲେ । ତେବେ ଖାମନେଇ ନିର୍ବାଚନରେ ସବୁଠୁ ଦୃଢ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଫଳାଫଳ ରାୟସୀଙ୍କ ସପକ୍ଷରେ ଯାଇଛି ।

ଅନ୍ୟପଟେ ନିର୍ବାଚନ ଫଳାଫଳ ଆସିବା ପରେ ଇରାନ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ହିମ୍ମାତୀ ଓ ରେଜାଇ ରାୟସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରୟାସୀ ଦେଶର ଏପରି ପ୍ରଥମ ରାଷ୍ଟ୍ରପତି ହେବେ ଯିଏ ଶାସନ ଭାର ଗ୍ରହଣ କରିବା ପୂର୍ବରୁ ତାଙ୍କ ଉପରେ ଆମେରିକା କଟକଣା ଜାରି ରହିଛି ।
ଇରାନ୍ ଗଣମାଧ୍ୟମ ରାୟସୀଙ୍କୁ ଖାମନେଇଙ୍କ ଉପଯୁକ୍ତ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଆକଳନ କରୁଛନ୍ତି । ସେ ନ୍ୟାୟପାଳିକା ମୁଖ୍ୟ ଅବସ୍ଥାପିତ ଥିବା ବେଳେ ଭ୍ରଷ୍ଟ ସରକାରୀ ଅଧିକାରୀଙ୍କ ବିରୋଧରେ ଚଳାଇଥିବା ଅଭିଯାନ ଗତ ନିର୍ବାଚନରେ ତାଙ୍କ ସପକ୍ଷରେ ଆସିଛି । ସେ ମଶଧ୍ୟ ନିର୍ବାଚନ ପ୍ରଚାରରେ ଭ୍ରଷ୍ଟାଚାର ବିରୋଧରେ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ଘୋଷଣା କରିଥିବା ବେଳେ ଦେଶର ନିମ୍ନଆୟକାରୀ ବର୍ଗଙ୍କ ନିମନ୍ତେ ନୂତନ ଆବାସ ଯୋଜନା ହାତକୁ ନେବେ ବୋଲି କହିଥିଲେ ।

Get real time updates directly on you device, subscribe now.