୫ ହଜାର ପାର୍ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ବଢ଼ିଲା ଚିନ୍ତା
ଦିନକୁ ଦିନ ବଢ଼ି ବଢ଼ି ଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା।
ନୂଆଦିଲ୍ଲୀ: ପୁଣି ଅମାନିଆ ହେଲାଣି କରୋନା। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟ ହେଉ କି ଦେଶ ସବୁଠି ମାଡ଼ି ମାଡ଼ି ଚାଲୁଛି କରୋନା ଭୂତାଣୁ। ଆଉ ଏବେ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର କରିସାରିଲାଣି।
ଯାହା ଏକ ପ୍ରକାର ସମସ୍ତଙ୍କ ଚିନ୍ତା ବଢ଼ାଇଲାଣି। ଶୁକ୍ରବାର ସକାଳ ୮ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ କୋଭିଡ୍-୧୯ ମାମଲା ପୂର୍ବାପେକ୍ଷା ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୬୪ ଟି ନୂଆ ମାମଲା ଏବଂ ଚାରି ଜଣଙ୍କର ମୃତ୍ୟୁ ଘଟିଛି। କେରଳରେ ଦୁଇଟି ଏବଂ ପଞ୍ଜାବ ଏବଂ କର୍ଣ୍ଣାଟକରେ ଗୋଟିଏ ଲେଖାଏ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।