fbpx

(Video)ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

ରାୟଗଡା: ପୁଣି ଆଉ ଏକ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ। ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ଏକ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। କତବାଲାସା ନିକଟରେ ଉକ୍ତ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ତେବେ ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀମାନେ ସୁରକ୍ଷିତ ଥିବା ବେଳେ ଟ୍ରେନର ଲୋକ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ଅନ୍ୟପଟେ ଟ୍ରେନର ଅନ୍ୟ ସମସ୍ତ ବଗି ସୁରକ୍ଷିତ ଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଟ୍ରେନ୍‌ ନମ୍ବର ୦୮୫୦୪ ବିଶାଖାପାଟଣାରୁ ଭବାନୀପାଟଣା ଅଭିମୁଖେ ବାହାରିଥିଲା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ କତବାଲାସା ନିକଟରେ ଟ୍ରେନ୍‌ର ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା। ତେବେ ଏହି ଦୁର୍ଘଟଣା ପରେ ବର୍ତ୍ତମାନ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ରହିଛି।

 

Get real time updates directly on you device, subscribe now.