fbpx

Operation Theatreରୁ ରୋଗୀଙ୍କ କିଡନୀ ଗାଏବ: ସର୍ଜରୀ ବେଳେ ସୁସ୍ଥ Kidney ନେଇଗଲେ ଡାକ୍ତର, ମାମଲା ରୁଜୁ

Advertisement

ନୂଆଦିଲ୍ଲୀ: ଦେଶର ସ୍ୱାସ୍ଥ୍ୟସେବା ଖୁବ ଆଗକୁ ପହଞ୍ଚିଲାଣି । ଅନେକ ଅସାଧାରଣ କାର୍ଯ୍ୟରେ ସଫଳତାରେ ପାଇ ସାରା ଦୁନିଆରେ ପରିଚୟ ସୃଷ୍ଟି କରିଛି ସ୍ୱାସ୍ଥ୍ୟ ବିଭାଗ । କିନ୍ତୁ ଏହାଭିତରେ ସ୍ୱାସ୍ଥ୍ୟସେବାକୁ ଏକ ବଡ଼ ଖବର ସାମନାକୁ ଆସିଛି । ସର୍ଜରୀ ସମୟରେ ଜଣେ ରୋଗୀଙ୍କ କିଡନୀ କାଢି ନେଇଥିବା ଅଭିଯୋଗ ହୋଇଛି । ଏକ ପ୍ରଇଭେଟ ମେଡିକାଲରେ ଡାକ୍ତର ସର୍ଜରୀ କରିବା ବେଳେ କିଡନୀ ନେଇଯାଇଥିବା ଜାଣିବାକୁ ମିଳିଛି । ଏହି ମାମଲାକୁ ନେଇ ଏବେ ସବୁଆଡ଼େ ଜୋର ଧରିଛି ।

ସୂଚନା ଅନୁସାରେ, ଗତ ୧୫ ତାରିଖରେ ଜଣେ ବ୍ୟକ୍ତି ଜୟପୁରର ଝୁନଝୁନ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି । କିଡନୀ ସର୍ଜରୀରେ ଏହି ବଡ଼ ଧରଣର ତ୍ରୁଟି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଇଦ୍ ବାନୁ ନାମକ ଜଣେ ବ୍ୟକ୍ତି ପେଟ ଯନ୍ତ୍ରଣା ପାଇଁ ଧନକର ହସ୍ପିଯାଲକୁ ଯାଇଥିଲେ । କିନ୍ତୁ ସେଠାରେ ସର୍ଜରୀ ପରିବର୍ତ୍ତେ ରୋଗୀଙ୍କ କିଡନୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଶରୀରରୁ ସଂକ୍ରମିତ କିଡନୀ ବାହାର କରିବା ପରିବର୍ତ୍ତେ ସୁସ୍ଥ ଥିବା କିଡନୀ ବାହାର କରି ନେଇଛନ୍ତି ଡାକ୍ତର । ତେବେ ଏହି କିଡନୀ ଶରୀରରୁ ବାହାର କରିବା ପରେ କ’ଣ ହେଲା? ସେ ନେଇ ଏପର୍ଯ୍ୟନ୍ତ କିଛି ଜଣା ପଡ଼ିନାହିଁ । ଯାହାକୁ ନେଇ ଅଭିଯୋଗ କରିଛନ୍ତି ବାନୁଙ୍କ ପରିବାର ଲୋକେ ।

ଏ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଡାକ୍ତର ବାନୁଙ୍କ କିଡନୀ ବାହାର କରି ଅଳିଆ ଗଦାରେ ଫିଙ୍ଗି ଦେଇଛନ୍ତି । କିନ୍ତୁ ଏହି ଅଭିଯୋଗକୁ ଖର୍ଡନ କରିଛନ୍ତି ବାନୁଙ୍କ ଚିକିତ୍ସା କରିଥିବା ଡାକ୍ତର ସଞ୍ଜୟ ଧନକର । କିଡନୀ ବାନୁଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ସେ ପ୍ରକାଶ କରିଛନ୍ତି । ଏହାର ଏକ ଭିଡିଓ ମଧ୍ୟ ରେକର୍ଡ ହୋଇଛି । ତେବେ ପରିବାର ଲୋକେ କହିଛନ୍ତି ଯେ, କିଡନୀ ଚିହ୍ନଟ ପାଇଁ ଡାକ୍ତର ସିଟି ସ୍କାନ କିମ୍ବା ଅନ୍ୟ କୌଣସି ପରୀକ୍ଷା କରିନାହାନ୍ତି ।

ସେପଟେ ଏଭଳି ଏକ ସଙ୍ଗୀନ ମାମଲାର ଯାଞ୍ଚ ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । ଡା. ଧନକରଙ୍କ ବିରୋଧରେ ଚିକିତ୍ସା ଅବହେଳା ମାମଲା ରୁଜୁ କରିବା ସହ ହସ୍ପିଟାଲରେ ତାଲା ପକାଇଛନ୍ତି ସରକାର । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଝୁନଝୁନ ଏ ନେଇ ଆଇପିସି ଧାରା ୩୩୭ ଏବଂ ୩୩୮ ଅଧୀନରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ସେପଟେ ପୋଲିସ ମଧ୍ୟ ଏହି ମାମଲାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.