fbpx

ବ୍ରିଜ୍ କୁ ବିସ୍ଫୋଟକରେ ଉଡାଇ ପୁଟିନଙ୍କୁ ହତ୍ୟା କରିବାକୁ ହୋଇଥିଲା ଯୋଜନା, କେମିତି ବର୍ତ୍ତିଲେ ଜାଣନ୍ତୁ

AAKASH

ମସ୍କୋ:ଗତ ସପ୍ତାହରେ ରୁଷରେ ୱାଗନର ଗ୍ରୁପ୍ ବିଦ୍ରୋହ ଆରମ୍ଭ କରି ଦେଇଥିଲା । କିନ୍ତୁ ୱାଗନ ଗ୍ରୁପ୍ ର ଏହି ବିଦ୍ରୋହକୁ ଭଣ୍ଡୁର କରି ଦେଇଥିଲେ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ । ଏହାପରେ କିନ୍ତୁ ରାଷ୍ଟ୍ରପତି ପୁଟିନ ନିଜ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଜୋରଦାର କରି ଦେଇଛନ୍ତି । ନିକଟରେ ତାଙ୍କୁ ହତ୍ୟା କରିବାକୁ କରାଯାଇଥିବା ଏକ ବଡ ଯୋଜନାକୁ ତାଙ୍କ ସୁରକ୍ଷା ଏଜେନ୍ସୀ ବିଫଳ କରି ଦେଇଛନ୍ତି ବୋଲି କୁହାଯାଉଛି ।

ମସ୍କୋର ଏକ ବ୍ରିଜ୍ରେ ରାଷ୍ଟ୍ରପତି ପୁଟିନଙ୍କ ହତ୍ୟା କରାଯିବାର ଯୋଜନାକୁ ବିଫଳ କରି ଦେଇଛନ୍ତି ତାଙ୍କ ସୁରକ୍ଷା ଏଜେନ୍ସୀ । ବ୍ରିଜ୍ ତଳେ ନଦୀରେ ବିସ୍ଫୋଟକ ବିଛାଇ ପୁଟିନଙ୍କୁ ହତ୍ୟା କରାଯିବାକୁ ଯୋଜନା କରାଯାଇଥିଲା । ଏହି ବାଟ ଦେଇ ପୁଟିନ୍ ଯିବାର ଥିବା ସନ୍ଦେଶ ପାଇଁ ତାଙ୍କ ବିଦ୍ରୋହୀମାନେ ତାଙ୍କୁ ମାରିବାକୁ ଏପରି ଯୋଜନା ପ୍ରସ୍ତୁତ କରିଥିଲେ । ରୁଷିଆର ଶୀର୍ଷ ଅଧିକାରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଫେଡେରାଲ୍ ପ୍ରୋଟେକ୍ସନ ସର୍ଭିସ୍ ବା ଏଫଏସ୍ଓ କହିଛି ପୁଟିନଙ୍କୁ ହତ୍ୟା କରିବା ଲାଗି ବ୍ରିଜକୁ ବିସ୍ଫୋଟକ ଦ୍ୱାରା ଉଡାଇ ଦେବାର ଯୋଜନା ଥିଲା ଯାହାକୁ ସେମାନେ ବିଫଳ କରି ଦେଇଛନ୍ତି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଏହି ବ୍ରିଜ୍ କ୍ରେମଲିନ୍ ଓ ମସ୍କୋ ବାହାରେ ପୁଟିନଙ୍କ ଅଧିକାରୀକ ବାସସ୍ଥାନକୁ ଯାଇଥିବା ରାସ୍ତାରେ ପଡେ । ଫେଡେରାଲ୍ ପ୍ରୋଟେକ୍ସନ ସର୍ଭିସ୍ ଏକ ବୋଟ୍ରେ ମୋସ୍କୋବା ନଦୀ ତଳେ ରଖାଯାଇଥିବା ବିସ୍ଫୋଟକ ଜରିଆରେ ପୁଟିନଙ୍କୁ ହତ୍ୟା କରାଯିବାର ଯୋଜନା ବିଷୟରେ ଯାଞ୍ଚ କରୁଥିଲା । ଏହି ସମୟରେ ରାଷ୍ଟ୍ରୀୟ ସୁରକ୍ଷା ସେବାରେ ଥିବା ଜଣେ ଅଧିକାରୀ ବ୍ରିଜ୍ ତଳେ ସନ୍ଦେହଜନକ ଅବସ୍ଥାରେ ଏକ ନୌକା ଥିବା କଥା କହିଥିଲେ । ଏହାପରେ ଏହି ବୋଟ୍ କୁ ହଟାଇ ଦିଆଯିବାକୁ କୁହାଯାଇଥିଲା । ସୁରକ୍ଷା ଏଜେନ୍ସୀ ବୋଟ୍ ଚାଳକ ଦଳଙ୍କ କାଗଜପତ୍ର ଯାଞ୍ଚ କରିଥିଲେ ଯେଉଁଥିରେ ଲେଖାଥିଲା କି ସେମାନେ ବ୍ରିଜ୍ ର ମରାମତି ଲାଗି ଆସିଥିଲେ । ଯଦିଓ ଏ ବିଷୟରେ ସ୍ପଷ୍ଟ ପ୍ରମାଣ ମିଳି ନ ଥିଲା ତଥାପି ଏହା ପୁଟିନଙ୍କୁ ହତ୍ୟା କରାଯିବାର ଏକ ସାଜିଶ ଥିଲା ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଦେଶରେ ବିଦ୍ରୋହୀଙ୍କ ଠାରୁ ତାଙ୍କ ଜୀବନ ପ୍ରତି ଭୟ ଥିବାରୁ ପୁଟିନ ନିଜ ସୁରକ୍ଷା ବ୍ୟବସ୍ଥା ବହୁ ଗୁଣ ବଢାଇ ଦେଇଛନ୍ତି ।

 

Get real time updates directly on you device, subscribe now.