fbpx

Video; “ପୋଲିସ ମାନେ ବହୁତ ଭଲ, ଆମ ସ୍ୱାମୀଙ୍କଠୁ ମଦ ଛଡ଼େଇଲ, ଏଇ ଉପହାର ଗ୍ରହଣ କର…”

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେ ବେଳେ ଏମିତି ଭିଡିଓ ଭାଇରାଲ ହୁଏ ଯାହା ସମସ୍ତଙ୍କ ମନ କିଣି ନିଏ। ସେମିତି ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଘଟଣାଟି ଏମିତି ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହୋଇ ଯାଉଛି। ସାଧରଣତଃ ପୋଲିସ ଯେତେବେଳେ ମଦ ଜବତ କରିବାକୁ ଯାଏ, ସେତେବେଳେ ତାଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ। ହେଲେ କେବେ ଦେଖିଛନ୍ତି କି ମଦ ଜବତ ପାଇଁ ଉପହାର ମିଳିବା।

ଏହି ହୃଦୟସ୍ପର୍ଶୀ ଭିଡିଓ ଉପରେ ଥରେ ନଜର ପକାନ୍ତୁ, କିପରି ଦୁଇ ଜଣ ମହିଳା ପୋଲିସଙ୍କୁ ଆଣି ଉପହାର ଦେଉଛନ୍ତି। ତାହା ପୁଣି ମଦ ଜବତ କରିବା ପରେ। ଆଉ ତାଙ୍କ କଥା ସବୁଠୁ ବେଶି ଆଶ୍ଚର୍ଯ୍ୟ କରିଦେବ। ଭିଡିଓରେ ପୋଲିସ କର୍ମଚାରୀ ପଚାରୁଛନ୍ତି- ପୋଲିସ କଣ ଭଲ କାମ କରନ୍ତି। ଉତ୍ତରରେ ମହିଳାମାନେ କହୁଛନ୍ତି- ଆପଣମାନେ ଆମ ସ୍ୱାମୀଙ୍କଠାରୁ ମଦ ଛଡ଼ାଉଛନ୍ତି। ଇଏ ସବୁଠୁ ଭଲ କାମ।

ଏହି ଖୁସୀରେ ଏଇ ଉପହାର ଗ୍ରହଣ କରନ୍ତୁ। ଏମିତି କହି କିଛି କାଙ୍କଡ଼ ଆଣି ଦେଉଛନ୍ତି। ଏହା ସହିତ କିପରି ଏହାକୁ ରୋଷେଇ କରିବେ ସେବାବଦରେ ବି କହୁଛନ୍ତି। ସତରେ ଟିକିଏ ଭାବିଲେ ଏହି ନିରିହ ଲୋକଙ୍କ ଭଲପାଇବା ଆଗରେ ଦୁନିଆର ସବୁ ଦାମୀ ଉପହାର ଫିକା ପଡ଼ିଯିବନି। ଆଉ ସେହି ସ୍ନେହ-ଶ୍ରଦ୍ଧା ଆଗରେ ହାର ମାନିଜିବ ଗର୍ବ-ଅହଂକାର, ହଜିଯିବ ହିଂସା, ମୁଣ୍ଡ ନୁଆଁଇବ ସବୁ ଅଭିମାନ।

ଭିଡିଓଟିକୁ ମଧ୍ୟପ୍ରଦେଶର DSP ସନ୍ତୋଷ ପଟେଲ୍ ତାଙ୍କ ଏକ୍ସ ଆକାଉଣ୍ଟ @Santoshpateldsp ରେ ସେୟାର କରିଛନ୍ତି। ଯାହାକୁ ହଜାର ହଜାର ଲୋକ ପସନ୍ଦ କରିଛନ୍ତି। 

Get real time updates directly on you device, subscribe now.