fbpx
BSKY SKY
BSKY SKY

ଦିନ ଦିପହରେ ପୋଲିସ ଉପରେ ବୋମାମାଡ଼, ରେଡ୍ କରିବାକୁ ଯାଇଥିବା ବେଳେ ଅତର୍କିତ ଆକ୍ରମଣ କଲେ ଦୁର୍ବୁତ୍ତ

BSKY

ଗଞ୍ଜାମ: ଦିନ ଦିପହରେ ପୋଲିସ ଉପରେ ବୋମାମାଡ଼ କଲେ ଦୁର୍ବୁତ୍ତ। ବ୍ରହ୍ମପୁର ସହରରେ ଘଟିଛି ଏଭଳି ଘଟଣା। ଯେଉଁଠାରେ ଦୁର୍ବୁତ୍ତ ଏବଂ ପୋଲିସ ମୁହଁମୁହିଁ ହେବା ପରେ ବୋମାମାଡ଼ ହୋଇଛି। ବ୍ରହ୍ମପୁର ବଡ଼ବଜାର ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଏହି ଘଟଣା ଘଟିଛି। ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ ଦୁର୍ବୁତ୍ତ।

ସୂଚନା ମୁତାବକ ଗତକାଲି ଜଣଙ୍କ ଘର ଉପରକୁ ମଧ୍ୟ ଅଭିଯୁକ୍ତମାନେ ବୋମାମାଡ଼ କରିଥିଲେ। ଶ୍ରୀକ୍ଷେତ୍ର ବିହାରରେ ଅଭିଯୁକ୍ତମାନେ ଲୁଚିଥିବା ଖବର ପାଇ ପୋଲିସ ରେଡ୍ କରିଥିଲା। ପୋଲିସ ପକ୍ଷରୁ ରେଡ୍ ଚାଲିଥିବା ସମୟରେ ହଠାତ୍ ଛାତ ଉପରୁ ପୋଲିସକୁ ବୋମା ମାଡ଼ କରିଥିଲେ ଦୁର୍ବୁତ୍ତ। ତେବେ ଏହି ବୋମାମାଡ଼ରୁ ପୋଲିସ ଅଳ୍ପକେ ବାର୍ତ୍ତାଥିବା ବେଳେ, ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

Get real time updates directly on you device, subscribe now.