fbpx

ଛତିଶା ନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ; ଦିନ ୧ଟା ୧୦ରେ ହେବ ପହଣ୍ଡି

ପୁରୀ: (ଓଡ଼ିଶା ଭାସ୍କର) ଶ୍ରୀମନ୍ଦିର ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ନିଯୋଗ ସଦସ୍ୟ ସାମିଲ । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ସୂଚନା । ‘ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ନେଇ ବୈଠକରେ ଚୂଡ଼ାନ୍ତ କରାଯାଇଛି’ ।

ଛତିଶା ନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଦିନ ୧ଟା ୧୦ରେ ପହଣ୍ଡି ଆରମ୍ଭ ପାଇଁ ସମୟ ଧାର୍ଯ୍ୟ । ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ସରିବ ପହଣ୍ଡି । ଅପରାହ୍ନ ୪ଟାରେ ଆରମ୍ଭ ହେବ ଗଜପତିଙ୍କ ଦ୍ୱାରା ଛେରାପହଁରା। ୪ଟା ୩୦ରେ ରଥରୁ ଚାର ଫିଟା, ଘୋଡ଼ା ସାରଥି ଲାଗିବେ । ଅପରାହ୍ନ ୫ଟାରେ ରଥ ଟଣା ଆରମ୍ଭ ନେଇ ସମୟ ନିର୍ଘଣ୍ଟ ।

Get real time updates directly on you device, subscribe now.