fbpx

ଜଷ୍ଟିସ୍ ଉଦୟେ ଉମେଶ ଲଲିତଙ୍କୁ ଭାରତର ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତ କଲେ ରାଷ୍ଟ୍ରପତି

Advertisement

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତି ମୁଖ୍ୟ ବିଚାରପତି ହେଲେ ଉଦୟେ ଉମେଶ ଲଲିତ। ଭାରତର ୪୯ତମ ମୁଖ୍ୟ ବିଚାରପତି ଭାବରେ ତାଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତ କରିଛନ୍ତି। ସେ ପୁର୍ବତ୍ତନ ବିଚାରପରପତି ଏନ.ଭି ରମନାଙ୍କ ସ୍ଥାନରେ ଉତ୍ତରାଧିକାରୀ ଭାବରେ କାର୍ଯ୍ୟ ତୁଲାଇବେ। ଜଷ୍ଟିସ୍ ଲଲିତ ହେଉଛନ୍ତି ଦ୍ୱିତୀୟ ମୁଖ୍ୟବିଚାରପତି ଯିଏ ସିଧାସଳଖ ବାରରୁ ସର୍ବୋଚ୍ଚ କୋର୍ଟ ବେଞ୍ଚକୁ ଉନ୍ନୀତ ହୋଇଥିଲେ।

ପୁର୍ବରୁ ଅଗଷ୍ଟ ୩ତାରିଖରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରନ ରିଜିଜୁ ମୁଖ୍ୟ ବିଚାରପତି ଏନ.ଭି ରମନାଙ୍କୁ ଚିଠି ଲେଖି ତାଙ୍କର ଉତ୍ତରାଧିକାରୀଙ୍କ ନାମ ସୁପାରିସ୍ କରିବାକୁ କହିଥିଲେ। ଏହାର ପରଦିନ ମୁଖ୍ୟ ବିଚାରପତି ରମନା ଜଷ୍ଟିସ୍ ଲଲିତଙ୍କ ନାମକୁ ସୁପାରି କରିଥିଲ। ସେ ବର୍ତ୍ତମାନ ଜଷ୍ଟିସ୍ ରମନାଙ୍କ ପରେ ଦ୍ୱିତୀୟ ସିନିୟର ବିଚାରପତି ଅଟନ୍ତି। ମୁଖ୍ୟ ବିଚାର ପତି ଏନ.ଭି ରମନା ୨୬ ଅଗଷ୍ଟରେ ତାଙ୍କ ୧୬ ମାସର କାର୍ଯ୍ୟକାଳ ସମାପ୍ତ କରିବେ।

Get real time updates directly on you device, subscribe now.