fbpx

ଗହମ ମୂଲ୍ୟ କମ୍ କରିବା ପାଇଁ ସରକାରଙ୍କ ପଦକ୍ଷେପ: ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ: ଦେଶରେ ଗହମର ଦର ହ୍ରାସ କରିବା ପାଇଁ ସରକାର ଲଗାତାର ବଡ ପଦକ୍ଷପ ନେଉଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତୀୟ ଖାଦ୍ୟ ନିଗମ() ଇ-ନିଲାମର ପଞ୍ଚମ ରାଉଣ୍ଡରେ ମଇଦା ମିଲ ଏବଂ ଅନ୍ୟ ହୋଲସେଲ ଗ୍ରାହକଙ୍କୁ ୫.୩୯ ଲକ୍ଷ ଟନ୍ ଗହମ ଅଧିକ ବିକ୍ରି କରିଛି । ଖାଦ୍ୟ ମନ୍ତ୍ରାଳୟ ଅନୁସାରେ, ଗହମ ଏବଂ ଗହମ ଅଟାର ଖୁଚୁରା ବ୍ୟବସାୟ କମ୍ କରିବା ନେଇ ପଦକ୍ଷେପ ଯୋଗୁଁ ଗତ ୪ଟି ରାଉଣ୍ଡରେ ୨୩.୪୭ ଲକ୍ଷ ଟନ୍ ଗହମ ଖୋଲା ବଜାର ବିକ୍ରି ଯୋଜନା() ଅଧୀନରେ ବିକ୍ରିି କରାଯାଇଛି । ତେବେ ଏହାର ଆଗାମୀ ସାପ୍ତାହିକ ଇ-ନିଲାମୀ ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହେବ ।

ଇ-ନିଲାମୀର ପଞ୍ଚମ ରାଉଣ୍ଡ ମାର୍ଚ୍ଚ ୯ ତାରିଖରେ ଶେଷ ହୋଇଥିବା ବେଳେ ଏଫସିଆଇର ୨୩ଟି ଅଞ୍ଚଳର ୬୫୭ ଡିପୋରୁ ପ୍ରାୟ ୧୧.୮୮ ଏକ୍ଷ ଟନ୍ ଗହମ ବିକ୍ରି ପାଇଁ ରଖାଯାଇଛି । ୧,୨୪୮ ବିଡରମାନଙ୍କୁ ପ୍ରାୟ ୫.୩୯ ଲକ୍ଷ ଟନ୍ ଗହମ ବିକ୍ରି ହୋଇଥିବା ମନ୍ତ୍ରାଳୟ ଏକ ବୟାନରେ କହିଛି । ହାରାହାରି ସଂରକ୍ଷଣ ମୂଲ୍ୟ ୨୧୪୦.୨୯ ଟଙ୍କା ଅନୁସାରେ କ୍ୱିଣ୍ଟାଲ ପିଛା ୨୧୯୭.୯୧ ଟଙ୍କା ବିକ୍ରୟ ମୂଲ୍ୟ ରହିଛି । ତେବେ ନିଲାମୀର ଅଧିକାଂଶ ସଂଖ୍ୟା ୧୦୦ରୁ ୪୯୯ ଟନ ପର୍ଯ୍ୟନ୍ତ ରହିଥିଲା । ଏହାପରେ ୫୦୦-୯୯୯ ଟନ୍ ଏବଂ ୫୦-୧୦୦ ଟନ୍ ପାଇଁ ନିଲାମ ଡକାଯାଇଥିବା ଏଥିରେ କୁହାଯାଇଛି । ମନ୍ତ୍ରାଳୟ ଅନୁସାରେ, ନିଲାମୀ ସମୟରେ ବଜାରରେ ଗହମର ମୂଲ୍ୟ ହ୍ରାସ ପାଇଛି ଏବଂ ହାରାହାରି ଦର କ୍ୱିଣ୍ଟାଲ ପିଛା ୨୨୦୦ ଟଙ୍କାରୁ କମ୍ ରହିଛି । ନିଲାମୀର ୪ଟି ରାଉଣ୍ଡରେ ବିକ୍ରି ହୋଇଥିବା ପ୍ରାୟ ୨୩.୪୭ ଲକ୍ଷ ଟନ୍ ଗହମରୁ ୧୯.୫୧ ଲକ୍ଷ ଟନ୍ ଗ୍ରାହକ କିଣି ନେଇଛନ୍ତି ।

ମନ୍ତ୍ରାଳୟ କହିଛି ଯେ, ଏହି ବିକ୍ରି ସମ୍ପୂର୍ଣ୍ଣ ଦେଶରେ ଗହମ ଏବଂ ଅଟାର ଦର କମ୍ କରିବାରେ ମୁଖ୍ୟ ପ୍ରଭାବ ପକାଇଛି । ଏହା ଓଏମଏସଏସ ଅଧୀନରେ ଗହମର ଖୋଲା ବିକ୍ରୟ ପାଇଁ ଭବିଷ୍ୟତର ଟେଣ୍ଡର ସହିତ ସ୍ଥିର ରହିବ ବୋଲି ଆଶା ପ୍ରକଟ କରିଛି । ତେବେ ଏପ୍ରିଲ ୧ ତାରିଖରୁ ଗହମ କ୍ରୟର ସମୟ ଆରମ୍ଭ ହେଉଥିବାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଗହମ ଉଠାଇବା କାର୍ଯ୍ୟ ପୂରଣ କରିବା ପାଇଁ ସରକାର ଅନୁମତି ଦେଇଛନ୍ତି ।

Get real time updates directly on you device, subscribe now.