fbpx
BSKY
BJD MC SKY
BJD YOUTH SKY

ରିସର୍ଚ୍ଚ ରକେଟ୍ ପଡିଲା ପଡୋଶୀ ଦେଶରେ …ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ବସ୍ତି ବାସିନ୍ଦା

ନରୱେ: ସ୍ୱିଡେନର ସ୍ପେସ୍ କର୍ପ (ଏସଏସସି) ଦ୍ୱାରା ଉତ୍ତର ସ୍ୱିଡେନର ଏସରଞ୍ଜ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିବା ଏକ ଅନୁସନ୍ଧାନ ରକେଟ୍ ହଠାତ୍ ତ୍ରୁଟିପୂର୍ଣ୍ଣ ହୋଇ ପଡୋଶୀ ନରୱେରେ ଖସିପଡିଥିଲା । ମାତ୍ର ୧୫ କିଲୋମିଟର (୯.୩୨ ମାଇଲ୍) ଯିବା ପରେ ଖସିପଡିଥିଲା। ଏସଏସସି ଏକ ବିବୃତ୍ତିରେ କହିଛି ଯେ ଏହି ରକେଟ ୨୫୦ କିଲୋମିଟର ଉଚ୍ଚତାରେ ପହଞ୍ଚିଛି ଯେଉଁଠାରେ ଶୂନ୍ୟ ମାଧ୍ୟାକର୍ଷଣରେ ପରୀକ୍ଷଣ କରାଯାଇଥିଲା। ସୋମବାର ସକାଳେ ଏହି ଅଘଟଣ ଘଟିଛି ।

ଏସଏସସିର ଯୋଗାଯୋଗ ମୁଖ୍ୟ ଫିଲିପ ଓଲସନ ମଙ୍ଗଳବାର ଦିନ ଏକ ରିପୋର୍ଟରେ କହିଛନ୍ତି ଯେ ଏହା ନିକଟସ୍ଥ ବସ୍ତିଠାରୁ ୧୦୦୦ ମିଟର ଏବଂ ୧୦ କିଲୋମିଟର ଉଚ୍ଚରେ ପର୍ବତରେ ଖସିପଡିଛି। ଏନେଇ ଆମେ ସ୍ୱିଡେନ ଏବଂ ନରୱେ ସରକାରଙ୍କୁ ଜଣାଇଛୁ ବୋଲି ଏସଏସସିର ଯୋଗାଯୋଗ ମୁଖ୍ୟ କହିଛନ୍ତି । ଘଟଣାର ବୈଷୟିକ ତ୍ରୁଟି ଜାଣିବା ପାଇଁ ଏକ ଅନୁସନ୍ଧାନ ଆରମ୍ଭ ହୋଇଛି ଏବଂ ଧ୍ୱଂସାବଶେଷ ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି।

ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ଯେ, ଦୁର୍ଘଟଣାଗ୍ରସ୍ତ ହେତୁ ଏହାର ଆଖପାଖ ଅଞ୍ଚଳରେ କୌଣସି ବିଶେଷ କ୍ଷୟକ୍ଷତି ହୋଇଛି କି ନାହିଁ ତାହା ଜାଣି ନାହିଁ। ଏନେଇ ଏସଏସସି ମୁଖପାତ୍ର କହିଛନ୍ତି ଯେ ଏହି ରକେଟ ମାନବ ବାସସ୍ଥାନଠାରୁ ବହୁ ଦୂରରେ ଅବତରଣ କରିଛି।

Get real time updates directly on you device, subscribe now.