fbpx
BJD
BJD SKY
BJD SKY

ବାବାରେ ଶୀତ! ଥଣ୍ଡା ପାଇଁ ବଦଳିଗଲା ସ୍କୁଲ ସମୟ: ଏଣିକି ୧୦ଟାରେ ଆରମ୍ଭ ପାଠପଢା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଶୀତର ଲହରୀ ଜାରି ରହିଛି । ଅସହ୍ୟ ଜାଡ଼ରେ କମ୍ପୁଛି ଦେଶର ବିଭିନ୍ନ ରାଜ୍ୟ । ଏଭଳି ସ୍ଥିତିରେ ସକାଳୁଆ ସ୍କୁଲ ପିଲାମାନଙ୍କ ପାଇଁ ବଡ଼ ଚିନ୍ତା ପାଲଟିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ସ୍କୁଲ ସମୟରେ ପରିବର୍ତ୍ତନ କରିଛନ୍ତି ମଧ୍ୟପ୍ରଦେଶ ସରକାର । ଶୀତ ଲହର ପାଇଁ ସ୍କୁଲ ଏଣିକି ସକାଳ ୧୦ଟାରୁ ଆରମ୍ଭ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏହି ନିୟମ ରାଜ୍ୟର ସମସ୍ତ ପବ୍ଲିକ ଏବଂ ପ୍ରାଇଭେଟ ସ୍କୁଲ ପାଇଁ ଲାଗୁ କରାଯିବ । ଗତ କିଛି ଦିନରୁ ରାଜ୍ୟରେ ତାପମାତ୍ରା ତଳମୁହାଁ ହୋଇଥିବାରୁ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି ।

ମଧ୍ୟ ପ୍ରଦେଶରେ ଥଣ୍ଡାର ପରିମାଣ ବୃଦ୍ଧି ପାଇବା ସହ ହାଲୁକା ବର୍ଷା ଶୀତ ଲହରୀକୁ ଆହୁରି ବଢାଇ ଦେଇଛି । ତେଣୁ ସକାଳୁଆ ସ୍କୁଲ ଯିବାରେ ପିଲାମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ସେଥିପାଇଁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ସ୍କୁଲ ଟାଇମିଂରେ ପରିବର୍ତ୍ତନ କରିଛନ୍ତି । ଏଣିକି ସକାଳୁଆ ସ୍କୁଲ ପରିବର୍ତ୍ତେନ ୧୦ଟା ବେଳେ ସ୍କୁଲରେ ଆରମ୍ଭ ହେବ ପାଠପଢା । ତେବେ ଏହି ନିୟମ କେବଳ ମଧ୍ୟ ପ୍ରଦେଶରେ ହିଁ ଲାଗୁ କରାଯାଇଛି । ତେବେ ମୌସୂମୀ ବିଭାଗ ଅନୁସାରେ, ଆସନ୍ତା ଜାନୁୟାରୀ ୧୨ ତାରିଖ ପର୍ଯ୍ୟନ୍ତ ପାଣିପାଗ ଖରାପ ରହିବ । ଆଗାମୀ ୨ ଦିନ ପାଇଁ ସୁବେର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ସହ ପବନର ବେଗ ମଧ୍ୟ ବଢିବା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।

ରାଜଧାନୀ ଭୋପାଲ, ବିଦିଶା, ରାଜଗଢ, ନୀମଚ, କଟନୀ, ଇନ୍ଦୋର, ଶିବପୁରୀ, ଗୁନା, ଅଶୋକନଗର, ଦେବାସ ସମେତ ସୁବେର ଅଧା ଅଞ୍ଚଳ ଘନ କୁହୁଡ଼ିର ଚାଦର ତଳେ ଲୁଚି ରହିଛି । ସେପଟେ ଉତ୍ତରପ୍ରଦେଶ ଉପରେ ଏକ ୱେଦର ସିଷ୍ଟମ ଆକ୍ଟିଭ ହେଉଥିବା ନେଇ କହିଛି ପାଣିପାଗ ବିଭାଗ । ଏହାବ୍ୟତୀତ ଗୁଜୁରାଟରୁ ୟୁପି ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ମଧ୍ୟ ରହିଛି । ଫଳରେ ମୌସୂମୀ ବିଭାଗରେ ଲଗାତାର ପରିବର୍ତ୍ତନ ହେଉଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.