fbpx

ଟି-୨୦ ସିରିଜ୍‌‌ର ଦ୍ୱିତୀୟ ଲଢେଇ: ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

Advertisement

ଓଡିଶା ଭାସ୍କର: ଆଜି ଟି-୨୦ ସିରିଜ୍‌‌ର ଦ୍ୱିତୀୟ ଲଢେଇରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଅଷ୍ଟ୍ରେଲିଆ। ଯେଉଁଥିରେ ବ୍ୟାଟିଂରେ ଚମତ୍କାରିତା ଦେଖାଇଛି ଭାରତୀୟ ଦଳ। ଛକା-ଚୌକା ବର୍ଷା ଫଳରେ ଭାରତ ୨୦ ଓଭର ଖେଳି ୪ ୱିକେଟ ହରାଇ ୨୩୫ ରନ୍‌ କରିଛି। ଯାହାକୁ ନେଇ ଅଷ୍ଟ୍ରେଲିଆ ଆଗରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଭାରତ।

ସୂଚନା ଥାଉକି, ଆଜି ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୨୩୫ ରନ୍‌ ଭଳି ଏକ ବିଶାଳ ସ୍କୋର ସଂଗ୍ରହ କରିଛି ଦଳ। ଯେଉଁଥିରେ ଭାରତର ଦୁଇ ଓପନର ପ୍ରାରମ୍ଭିକ ଭଲ ଷ୍ଟାଟ୍‌ ଦେଇଥିଲେ। ଯଶସ୍ୱୀ ଜସ୍‌ୱାଲ ୨୫ ବଲ୍‌ରେ ୯ ଚଉକା ଏବଂ ୨ ଛକା ସହାୟତାରେ ୫୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେହିପରି ରୁତୁରାଜ ଗାଇକୱାଡ୍‌ ମଧ୍ୟ ୪୦ ବଲ୍‌ରେ ୩ ଚଉକା ଏବଂ ୧ ଛକାରେ ୫୨ ରନ୍‌ କରିଥିଲେ। ଏପରିକି ଇଶାନ୍‌ କିଷାନ ମଧ୍ୟ ୩୨ ବଲ୍‌ରେ ୩ ଚଉକା ଏବଂ ୪ ଛକା ସହାୟତାରେ ୫୨ ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ। ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୧୦ଟି ବଲ୍‌ ଖେଳି ୨ ଛକା ସହାୟତାରେ ୧୯ ରନ୍‌ କରିଥିଲେ। ଶେଷ ବେଳକୁ ରିଙ୍କୁ ସିଂ ୯ ବଲ୍‌ରେ ୪ ଚଉକା ଏବଂ ୩ ଛକାରେ ୩୧ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ଯାହାକୁ ନେଇ ଟିମ୍‌ ଇଣ୍ଡିଆ ୨୩୫ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ଏଠାରେ କହି ରଖୁ ଯେ, ବିଶାଖାପଟନମ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ସିରିଜରେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ। ୨ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଦ୍ୱିତୀୟ ସିରିଜ ଆଶାରେ ରହିଛି ଭାରତ।

Get real time updates directly on you device, subscribe now.