fbpx

୨୦୨୩ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ନୂତନ ସଂସଦ ଗୃହରେ ଅନୁଷ୍ଠିତ ହେବ!

Advertisement

ନୂଆଦିଲ୍ଲୀ: ନବନିର୍ମିତ ସଂସଦ ଗୃହର ଉଦଘାଟନ ପ୍ରାୟ ଆସନ୍ତା ବର୍ଷ ମାର୍ଚ୍ଚରେ ହୋଇପାରେ । ଅଧିକାରୀମାନେ କହିଛନ୍ତି ଯେ, ନୂତନ ଗୃହର କାର୍ଯ୍ୟ ଫେବୃଆରୀ ମାସରେ ଶେଷ ହୋପାରେ । ଆଗାମୀ ବର୍ଷ ବଜେଟ୍ ଅଧିବେସନର ଦ୍ୱିତୀୟ ଭାଗ ନୂଆ ସଂସଦରେ ହେବର ସମ୍ଭାବନା ରହିଛି । ସୁତ୍ରରୁ ମିଳିଥିବା ଖବର ଅନୁସାରେ ବଜେଟ୍‌ର ଦ୍ୱିତୀୟ ଭାଗ ନୂତନ ସଂସଦ ଭବନରେ ଅନୁଷ୍ଠିତ ହେବ ।

ବଜେଟ୍ ଅଧିବେଶନକୁ ଦୁଇଟି ପର୍ଯ୍ୟାୟରେ ଡକାଯାଏ । ପ୍ରଥମ ପର୍ଯ୍ୟାୟ ସାଧାରଣତ ୩୦ କିମ୍ବା ୩୧ ଜାନୁୟାରୀରୁ ଆରମ୍ଭ ହୋଇଥାଏ, ଯେଉଁଥିରେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରିଥାନ୍ତି । ଏହି ପର୍ଯ୍ୟାୟରେ, ଫେବୃଆରୀ ୧ ରେ ବଜେଟ୍ ଉପସ୍ଥାପିତ ହୋଇଥାଏ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୮ କିମ୍ବା ୯ ରେ ଶେଷ ହେବ । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସାଧାରଣତ ମାର୍ଚ୍ଚର ଦ୍ୱିତୀୟ ଭାଗରୁ ଆରମ୍ଭ ହୋଇ ମେ ମାସ ଆରମ୍ଭ ପର୍ଯ୍ୟନ୍ତ ଚାଲିବ ।

ନୂତନ ସଂସଦ ଭବନ ଦେଶର ଶକ୍ତି କରିଡର ସେଣ୍ଟ୍ରାଲ ଭିସ୍ତା ର ପୁନଃର ନିର୍ମାଣର ଏକ ଅଂଶ । ଡିସେମ୍ବର ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ମୂଳଦୁଆ ପକାଇଥିଲେ । ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଦ୍ୱାରା ନୂତନ ସଂସଦ ଗୃହ ନିର୍ମାଣ କରାଯାଉଛି ।

ନୂତନ ସଂସଦ ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ମୋଟ ୯୭୧ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହା ମଧ୍ୟରେ ପ୍ରାୟ ୨୦୦ କୋଟି ଟଙ୍କା ବୃଦ୍ଧି ହୋଇଥିବା ଖବର ଆସିଥିଲା । ଯଦି ଏହାକୁ ମିଶ୍ରଣ କରାଯାଏ, ତେବେ ପ୍ରାୟ ୧,୨୦୦ କୋଟି ଟଙ୍କା ବ୍ୟୟରେ ଏକ ନୂତନ ସଂସଦ ଭବନ ନିର୍ମାଣ ହେବ ।

Get real time updates directly on you device, subscribe now.