fbpx

ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଲା ଚେନ୍ନାଇର ଶେୟର: ଗୋଟିଏ ବର୍ଷରେ ମିଳିଲା ଏତିକି ରିଟର୍ଣ୍ଣ

ନୂଆଦିଲ୍ଲୀ: ମଇଦାନରେ ଖେଳାଳି ହୁଅନ୍ତୁ କିମ୍ବା ମାର୍କେଟରେ ଚେନ୍ନାଇର ଶେୟର ହେଉ । ସବୁଠି ଦେଖିବାକୁ ମିଳୁଛି ଚେନ୍ନାଇ ସୁପର କିଙ୍ଗସର ଦବଦବା । ଫ୍ରାଞ୍ଚାଇଜି ମାନଙ୍କ ପାଇଁ ଏହା ପାଲଟିଛି ଏକ ହଟସ୍ପଟ । ଗତ ବର୍ଷେ ଭିତରେ ସିଏସକେ ପ୍ରାଇମେରୀ ମାର୍କେଟରେ ୨୫% ରିଟର୍ଣ୍ଣ ଦେଇଥିବା ଜଣାଯାଇଛି । ତେବେ ସିଏସକେର ଶେୟର ବର୍ତ୍ତମାନ ୨୦୦-୨୦୫ ଟଙ୍କା ଟ୍ରେଡ କରାଯାଇଛି । ଯାହା ପୂର୍ବ ବର୍ଷ ୧୬୦-୧୬୫ ମଧ୍ୟରେ ରହିଥିଲା । ତେବେ ଫ୍ରାଞ୍ଚାଇଜି ମୂଲ୍ୟ ନିରୂପଣ କରାଯାଏ ତ ଏହା ଚଳିତ ବର୍ଷ ବୃଦ୍ଧି ପାଇ ୬୩୦୦ କୋଟି ଟଙ୍କାରେ ପହଞ୍ଚିଛି । ଏହି ଷ୍ଟକରେ ଅନେକ ବଡ ବଡ ପୁଞ୍ଜିବାଦୀ ଅଂଶଧନ କରିଛନ୍ତି । ଏଥି ମଧ୍ୟରୁ ରାକେଶ ଝୁନଝୁନୱାଲାର ଗୁରୁ କୁହାଯାଉଥିବା ରାଧାକୀଶନ ଦାମନୀ ମଧ୍ୟ ସାମିଲ ରହିଛନ୍ତି ।

ଆଇପିଏଲ-୨୦୨୨ ପୂର୍ବରୁ ଏକ ବଡ ଉପହାର ଦେଇଛି ଚେନ୍ନାଇ ସୁପର କିଙ୍ଗସ । ତେବେ ଏହି ଫ୍ରାଞ୍ଚାଇଜି ଆଗକୁ ମଧ୍ୟ ଆହୁରି ଲାଭବାନ ହେବ ବୋଲି ଆଶା ରଖିଛନ୍ତି ସର୍ଫିନର ଆର୍ଥିକ ପରାମର୍ଶଦାତା ରାହୁଲ ଥାଲିଆ । ଅନ୍ୟ କୌଣସି କ୍ରୀଡା କାର୍ଯ୍ୟକଳାପ ପାଇଁ ଚେନ୍ନାଇ ଉପଲବ୍ଧ ନଥିବାରୁ ଏହାର IPOରୁ ବଡ ଲାଭର ଆଶା ରଖୁଛନ୍ତି ନିବେଶକ । ବିଶେଷଜ୍ଞମାନଙ୍କ ମତ ଅନୁସାରେ ସିଏସକେ ବ୍ୟବସାୟୀମାନଙ୍କ ପାଇଁ ଏକ ଉତ୍ତମ ସୁଯୋଗ ଅଟେ । କାରଣ ଅନ୍ତର୍ଜାତୀୟ କ୍ରୀଡା କାର୍ଯ୍ୟକଳାପ ଫ୍ରାଞ୍ଚାଇଜି ତୁଳନାରେ ଏହାର ମୂଲ୍ୟ ରୋଜଗାର ଅନୁପାତ ଖୁବ ଭଲ ରହିଥାଏ । ସିଏସକେର ଶେୟରଗୁଡିକର ମୋଟ ସଂଖ୍ୟା ୩୦୮ ନିୟୁତ ବୋଲି ଆକଳନ କରାଯାଇଛି । ସେଥିମଧ୍ୟରୁ କେବଳ ୫-୭ ପ୍ରତିଶତ ଷ୍ଟକ ଲୋକମାନେ କିଣାବିକା କରନ୍ତି ।

Get real time updates directly on you device, subscribe now.