ଦେଶର ଏହି ମନ୍ଦିରରେ ଆପେ ଆପେ ବଢୁଛି ମୂର୍ତ୍ତି! ବୈଜ୍ଞାନିକ ମାନେ ମଧ୍ୟ ଜାଣିପାରୁନାହାଁନ୍ତି ଏହାର ରହସ୍ୟ
ମନ୍ଦିରରେ ସ୍ଥାପିତ ହୋଇଥିବା ନନ୍ଦୀଙ୍କ ମୂର୍ତ୍ତି ଲଗାତାର ଭାବେ ବଢି ଚାଲିଛି
ଓଡିଶା ଭାସ୍କର: ଭାରତରେ ଲକ୍ଷ ଲକ୍ଷ ମନ୍ଦିର ରହିଛି। ଯାହା ନିଜର କଳା, ସ୍ଥାପତ୍ୟ ଏବଂ କିଛି ଅଲୌକିକ ଘଟଣାକୁ ନେଇ ପ୍ରସିଦ୍ଧ। ସେହିପରି ଏକ ମନ୍ଦିର ବିଷୟରେ ଆମେ ଜଣେଇବୁ ଯେଉଁଠାରେ ନନ୍ଦୀଙ୍କ ପ୍ରତିମା ଲଗାତାର ଭାବେ ବୃଦ୍ଧି ପାଇଥାଏ।
ୟଜ୍ଞନ୍ତି ଉମା ମହେଶ୍ୱର ମନ୍ଦିର; ଭଗବାନ ଶିବଙ୍କ ସହ ଜଡିତ ଏହି ଅନନ୍ୟ ମନ୍ଦିର ହାଇଦ୍ରାବାଦରୁ ପ୍ରାୟ 300 କିଲୋମିଟର ଦୂରରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଅବସ୍ଥିତ। କୁହାଯାଏ ଯେ, ଏହି ମନ୍ଦିରଟି ବିଜୟନଗର ସାମ୍ରାଜ୍ୟର ସଙ୍ଗମ ରାଜବଂଶର ରାଜା ହରିହର ବୁକ୍କା ରାୟଙ୍କ ଦ୍ୱାରା ୧୫ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା।
ଏହାର ଇତିହାସ; ବିଶ୍ୱାସ କରାଯାଏ, ଏହି ଶିବ ମନ୍ଦିର ୠଷୀ ଅଗସ୍ତ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସେ ଏହି ସ୍ଥାନରେ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ ନିର୍ମାଣ ସମୟରେ ମୂର୍ତ୍ତିର ବୁଢ଼ା ଆଙ୍ଗୁଠି ଭାଙ୍ଗି ଯାଇଥିଲା। ଯାହାଦ୍ୱାରା ୠଷୀ ଅଗସ୍ତ୍ୟ ବହୁତ ଦୁଃଖିତ ହେଲେ।
ଏହା ପରେ ସେ ଭଗବାନ ଶିବଙ୍କୁ ପୂଜା କରିଥିଲେ। ତାଙ୍କ ଭକ୍ତି ଯୋଗୁଁ, ଭଗବାନ ଶିବ ପ୍ରକଟ ହୋଇ ତାଙ୍କୁ ଦର୍ଶନ ଦେଲେ। ସେ ଭଗବାନ ଶିବଙ୍କୁ କହିଥିଲେ ଯେ,ଏହି ସ୍ଥାନଟି କୈଳାସ ପରି ଦେଖାଯାଉଛି, ତେଣୁ ଏଠାରେ ତାଙ୍କର ମନ୍ଦିର ନିର୍ମାଣ କରିବା ଠିକ ହେବ।
ଏହି ମନ୍ଦିରରେ ଦେଖାଯାନ୍ତି ନାହିଁ କାଉ; ଏହି ମନ୍ଦିରରେ କାଉ ଦେଖାଯାଆନ୍ତି ନାହିଁ। କୁହାଯାଏ ଯେ, ଯେତେବେଳେ ଋଷି ଅଗସ୍ତ୍ୟ ତପସ୍ୟା କରୁଥିଲେ, କାଉମାନଙ୍କର ରାବ ଶୁଣି ସେ ବହୁତ ବିରକ୍ତ ହେଇଯାଉଥିଲେ। ତେଣୁ ସେ ରାଗିଯାଇ ସେମାନଙ୍କୁ ଅଭିଶାପ ଦେଇଥିଲେ ଯେ, ସେ ଆଉ କେବେ ଏହି ସ୍ଥାନକୁ ଆସିପାରିବେ ନାହିଁ। ଯଦି ଆସିବେ ତେବେ ସେମାନେ ମରିଯିବେ। ଏହା ପରେ, ସେହି ମନ୍ଦିର ପାଖରେ ଆଉ କାଉ ଦେଖାଯାଆନ୍ତି ନାହିଁ।
ନନ୍ଦୀଙ୍କ ପ୍ରତିମା ବଢ଼ୁଛି; ଏହି ମନ୍ଦିରର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟକର କଥା ହେଉଛି କି, ଏଠାରେ ସ୍ଥାପିତ ହୋଇଥିବା ନନ୍ଦୀଙ୍କ ପ୍ରତିମାର ଆକାର ପ୍ରତି 20 ବର୍ଷରେ ଗୋଟିଏ ଇଞ୍ଚ ବୃଦ୍ଧି ପାଉଛି।
ଏହି କାରଣରୁ, ସେଠାରେ ସ୍ଥାପିତ ସ୍ତମ୍ଭଗୁଡ଼ିକୁ ଗୋଟିଏ ପରେ ଗୋଟିଏ ହଟାଇବାକୁ ପଡୁଛି। ବିଶ୍ୱାସ କରାଯାଏ ଯେ, କଳିଯୁଗର ଶେଷରେ ନନ୍ଦୀ ଦୀର୍ଘ ନିଦ୍ରାରୁ ଉଠି ଏକ ବିରାଟ ରୂପ ଧାରଣ କରିବେ ଏବଂ ଏହା ସହିତ ପୃଥିବୀରେ ଏକ ପ୍ରଳୟ ହେବ ଯେଉଁଥିରେ ସମସ୍ତଙ୍କର ମୃତ୍ୟୁ ହୋଇଯିବ।