OSSSC ପରିଚାଳିତ ପରୀକ୍ଷା ବିବାଦରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କିଛି ଦିନ ଧରି ଚାଲିଥିବା OSSSC ପରିଚାଳିତ ପରୀକ୍ଷା ବିବାଦରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଜାରି କଲେ ସରକାର । OSSSC ଦ୍ବାରା କମ୍ପ୍ୟୁଟର ଆଧାରିତ ପରୀକ୍ଷା ନେଇ ଅନେକ ଅଭିଯୋଗ ଆସିଛି । RI/ARI/ଅମିନ/ICDS ସୁପରଭାଇଜର ଆଦି ପରୀକ୍ଷାର୍ଥୀଙ୍କଠୁ ଅଭିଯୋଗ ଆସିଛି ।

ଏହାକୁ ରାଜ୍ୟ ସରକାର ଗୁରୁତର ସହ ବିଚାରକୁ ନେଇଛନ୍ତି । ପରୀକ୍ଷାର୍ଥୀଙ୍କ ପାଇଁ ନିରପେକ୍ଷ ଓ ସ୍ବଚ୍ଛ ନିଯୁକ୍ତି ନେଇ ସରକାର ପ୍ରତିବଦ୍ଧ । ଆସିଥିବା ଅଭିଯୋଗକୁ ସରକାର ଉଚ୍ଚ ଅଧିକାରୀଙ୍କ ଦ୍ବରା ତର୍ଜମା କରୁଛନ୍ତି । ଏନେଇ ସରକାରଙ୍କ ଦ୍ବାରା ଅତି ଶୀଘ୍ର ସମୁଚିତ ନିଷ୍ପତ୍ତି ନିଆଯିବ । ପରୀକ୍ଷାରେ ତ୍ରୁଟି ଦର୍ଶାଇ ବାତିଲ୍‌ ଦାବି କରି ଆସୁଛନ୍ତି ବହୁ ପରୀକ୍ଷାର୍ଥୀ ।

Get real time updates directly on you device, subscribe now.