fbpx

ଏସଟିଏଫ ଜବତ କଲା ୨୦୨ ଗ୍ରାମ୍ କୋକେନ, ଦୁଇ ଆନ୍ତରାଜ୍ୟ ଚାଲାଣକାରୀ ଗିରଫ

ଓଡ଼ିଶାରେ ପ୍ରଥମ ଥର ପାଇଁ ୨୦୨ ଗ୍ରାମ୍ କୋକେନ ଜବତ ହୋଇଛି । ସ୍ପେସାଲ ଟାସ୍କ ଫୋର୍ସ(ଏସଟିଏଫ) ଆଜି ଭୁବନେଶ୍ୱରର ଜାଭିଅର୍ ଛକ ନିକଟରେ ଏତେ ମାତ୍ରାରେ କୋକେନ ଜବତ କରିବା ସହିତ ଦୁଇ ଆନ୍ତରାଜ୍ୟ ନିଶାଦ୍ରବ୍ୟ ଚାଲାଣକାରୀଙ୍କୁ ଗିରଫ କରିଛି । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଏସଟିଏଫ ଚଢାଉ କରିଥିଲା । ଯେଉଁଥିରେ ୨୦୨ ଗ୍ରାମର କୋକେନ୍ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ଦୁଇ ଚାଲାଣକାରୀଙ୍କୁ ଗିରଫ କରିଛି । ଏହି ଦୁଇ ଜଣ ରାଜସ୍ଥାନର ରବି ଏବଂ ସନ୍ନୀ କୁମାର ବୋଲି ଜଣା ପଡିଛି ।

ପଚରାଉଚରା ସମୟରେ ଦୁଇ ଅଭିଯୁକ୍ତ ଜବତ କୋକେନ ବିଷୟରେ କୌଣସି ସଠିକ ପ୍ରମାଣ ପତ୍ର ଦେଇ ପାରି ନଥିଲେ । ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା, ଏବଂ ତାଙ୍କ ନାଁରେ ମାମଲା ରୁଜୁ କରିଛି । ରବି ନାମକ ବ୍ୟକ୍ତି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏହି କୋକେନକୁ ବିକ୍ରି କରନ୍ତି । ଏହି ବ୍ୟାପାରରେ ଦିଲ୍ଲୀରେ ତାଙ୍କର ବହୁତ ବଡ଼ ଗ୍ୟାଙ୍ଗ ସକ୍ରିୟ ରହିଥିବା ସୂଚନା ମିଳିିଛି ।
ରବି ରାଜସ୍ଥାନର ହୋଇଥିବା ବେଳେ, ଦିଲ୍ଲୀ ରାଜ୍ୟଗୋଷ୍ଠି କ୍ରିଡ଼ା ସମୟରେ ସେ ଟ୍ରାଭେଲ ବ୍ୟାପାର ଚଲାଉଥିଲେ । ଏହି ସମୟରେ ତାଙ୍କୁ ଧନୀ ଶ୍ରେଣୀୟ ବ୍ୟକ୍ତି ରହୁଥିବା ସ୍ଥାନ ମାନଙ୍କରେ କୋକେନ ବିକ୍ରି କରିବାକୁ ଚିନ୍ତା କରିଥିଲେ । ସେ ପ୍ରାଞ୍ଜଳ ଭାବରେ ଇଂରାଜୀରେ କଥାବାର୍ତ୍ତା କରି ପାରୁଛନ୍ତି ।

ରବି ଭୁବନେଶ୍ୱରରେ କୋକେନ ବ୍ୟସାୟ ଚଳାଇବା ପାଇଁ ଦ୍ୱିତୀୟ ଅଭିଯୁକ୍ତ ସନ୍ନୀ କୁମାରଙ୍କ ସହିତ ସେ ଯୋଗାଯୋଗରେ ଆସିଥିଲେ, ସନ୍ନୀଙ୍କର ଘର ମଧ୍ୟ ରାଜସ୍ଥାନରେ ହୋଇଥିବା ବେଳେ ସେ ଏବେ ଭୁବନେଶ୍ୱରରେ ରହୁଛନ୍ତି । ସୂଚନା ମୁତାବକ ଓଡ଼ିଶାରେ ପ୍ରଥମ ଥର ପାଇଁ କୋକେନ ଜବତ ହୋଇଛି ।

Get real time updates directly on you device, subscribe now.