fbpx
BSKY
BJD SHG SKY
BJD YOUTH SKY

(Video) ଭୁବନେଶ୍ୱର ରସୁଲଗଡ଼ରେ ନିର୍ମାଣ ହେବ ତାଇୱାନ୍ ବୁଦ୍ଧ ମନ୍ଦିର: ଆହୁରି ଚଳଚଞ୍ଚଳ ହେବ ରାଜଧାନୀ

ଭୁବନେଶ୍ୱର: ଆସୁଛି ଶାରଦୀୟ ଦୁର୍ଗାପୂଜା । ଚଳଚଞ୍ଚଳ ହେଲାଣି ରାଜଧାନୀର ଅନେକ ପୂଜା ମଣ୍ଡପ । କର୍ମକର୍ତ୍ତାଙ୍କ ମନରେ ଭରିଗଲାଣି ଉତ୍ସାହ ଓ ଉଦ୍ଦିପନା । ଏସବୁ ମଧ୍ୟରେ ଶୀର୍ଷ ସ୍ଥାନ ହାତେଇବା ପାଇଁ ସବୁ ମଣ୍ଡପରେ ଚାଲିଲାଣି ଅଙ୍କକଷା । ଭୂବନେଶ୍ୱର ଶାରଦୀୟ ପୂଜା ଉତ୍ସବ ରେକର୍ଡ଼ରେ ସବୁ ସମୟ ଚର୍ଚ୍ଚାରେ ରହୁଥିବା ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ଏଥର ବି ନୂଆ ରୂପ ଓ ଭିନ୍ନ ଝଲକ ଦେବାକୁ ଉଦ୍ୟମ ଆରମ୍ଭ କରିଛି ।

୧୯୯୩ ମସିହାରେ ଆରମ୍ଭ ହୋଇଥିବା ଏହି ପୂଜା ଚଳିତଥର ୩୦ ବର୍ଷରେ ପାଦ ଥାପିଛି । ପୂର୍ବ ବର୍ଷ ଦିଲ୍ଲୀ ଅକ୍ଷରଧାମ ଆକୃତିର ତୋରଣ ପ୍ରସ୍ତୁତ କରି ଚର୍ଚ୍ଚାରେ ଥିଲା ପରିଚାଳନା କମିଟି । ଏଥର ମଧ୍ୟ କଲିକତା କାରିଗରଙ୍କ କାରୀଗରୀ କୌଶଳରେ ତାଇୱାନ ବୁଦ୍ଧ ମନ୍ଦିରର ଅବିକଳ ନକଲ ପୂଜାମଣ୍ଡପ ତୋରଣରେ ସ୍ଥାନ ପାଇବ । ଯାହାକି ଏଥର ମୁଖ୍ୟ ଆକର୍ଷଣ ବୋଲି କର୍ମକର୍ତ୍ତା ଆଶାବାଦୀ । ତୋରଣ ଉଚ୍ଚତା ୬୫ ଫୁଟ, ଓସାର ୧୨୦ ଫୁଟ ଏବଂ ମୂର୍ତ୍ତି ସହ ମ୍ୟେ ୨୨ ଫୁଟ ହେବା ପାଇଁ ନିଷ୍ପତ୍ତି ହୋଇଛି । ପୂଜା ବଜେଟ ୩୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା କର୍ମକର୍ତ୍ତା କହିଛନ୍ତି । ଷଷ୍ଠୀଠାରୁ ଦଶମୀ ତିଥି ପୂଜା ବିଧି ଅନୁଯାୟୀ ପାଳନ ହେବ ।

ଦେବୀଙ୍କ ନିକଟରେ ଦୈନନ୍ଦିନ ଖେଚୁଡ଼ି, ଚରୁଅନ୍ନ ଓ ଦହି ପଖାଳ ଭୋଗ ଲାଗିବ । ଶ୍ରଦ୍ଧାଳୁଙ୍କୁ ଏହା ବଣ୍ଟନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଉତ୍ସବର ୫ ଦିନ ମେଲୋଡ଼ି ଓ ନାମୀଦାମୀ ସିନେତାରକାଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଆଖପାଖରେ ୫ଟି ବଡ଼ ଏଲଇଡ଼ି ଲାଇଟ ଗେଟ ସାଙ୍ଗକୁ ମନୋରଞ୍ଜନ ପାଇଁ ରାମଦୋଳି ଓ ମୀନାବଜାର ମଧ୍ୟ ଖୋଲିବ । ମଣ୍ଡପ ପରିସରରେ ୩୦ ସିସିଟିଭି କ୍ୟାମେରା ରଖାଯିବ । ଭିଡ଼ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ସହ ୫୦ ସ୍ୱେଚ୍ଛାସେବୀ ଓ କମିଟି ସଦସ୍ୟ ନିୟୋଜିତ ହେବେ । ପାରମ୍ପାରିକ ବାଦ୍ୟ ଓ ଆତସବାଜିରେ ଭସାଣି ଉତ୍ସବ ଆୟୋଜନ ପାଇଁ ପରିଚାଳନା କମିଟି ଯୋଜନା କରିଛି ।

Get real time updates directly on you device, subscribe now.