fbpx

ବଟି ନଦେବାର ଭୟଙ୍କର ପରିଣାମ, ରାସ୍ତାରେ ଅଟକାଇ ଗୁଳି ମାରିଲେ ଦୁର୍ବୁତ୍ତ

Advertisement

ବଟି ପାଇଁ ଟ୍ରକ୍ ଡ୍ରାଇଭରଙ୍କୁ ଗୁଳିମାଡ଼ । ବଟି ନଦେବାରୁ ରାସ୍ତାରେ ଅଟକାଇ ଡ୍ରାଇଭରଙ୍କୁ ଗୁଳିମାଡ଼ କରିଛନ୍ତି ୫/୬ ଦୁର୍ବୁତ୍ତ । ଏଭଳି ଅଭାବନିୟ ଘଟଣା ଘଟିଛି ଟିକିରି ଥାନା କାଳିଆପଡ଼ା ଅଞ୍ଚଳରେ । ଡ୍ରାଇଭରଙ୍କୁ ଗୁଳିମାଡ଼ କରି ଘଟଣାସ୍ଥଳରୁ ସମସ୍ତ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ବକ୍ସାଇଟ୍ ଗୁଣ୍ଡ ନେଇ ଯାଉଥିବା ଟ୍ରକ ଚାଳକଙ୍କ ନାମ ରମେଶ ଘଡ଼େଇ ବୋଲି ଜଣାପଡ଼ିଛି ।

ତେବେ ସ୍ଥାନୀୟ ଲୋକେ ଗୁଳିମାଡ଼ରେ ଆହତ ଡ୍ରାଇଭରଙ୍କୁ ନେଇ ନିକଟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ଦୁର୍ବତ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ।

Get real time updates directly on you device, subscribe now.