fbpx

ଏପ୍ରିଲ ୧ ରୁ ମହଙ୍ଗା ହେବ ଟ୍ରାଞ୍ଜାକ୍ସନ: ଅଧିକ ଚାର୍ଜ ଲାଗୁ କରିବା ନେଇ ପ୍ରସ୍ତୁତି

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ ୨୦୨୩-୨୪ । ଏହି ବର୍ଷରେ ଅନେକ କିଛି ପରିବର୍ତ୍ତନ ଦେକିବାକୁ ମିଳିବ । ଯାହାର ପ୍ରଥମ ପ୍ରଭାବ ଦେଖିବାକୁ ମିଳିବ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ । ନୂଆ ଆର୍ଥିକ ବର୍ଷରୁ ୟୁପିଆଇ ଟ୍ରାଞ୍ଜାକ୍ସନ ମଧ୍ୟ ମହଙ୍ଗା ହେବାକୁ ଯାଉଛି । ଅନଲାଇନରେ ଟଙ୍କା ଟ୍ରାନ୍ସଫର ପାଇଁ ଏକ୍ସଟ୍ରା ଚାର୍ଜ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏଣିକି ଫୋନ୍-ପେ, ପେଟିଏମ ଏବଂ ଗୁଗୁଲ-ପେ ଇତ୍ୟାଦିରେ ଟଙ୍କା ନେଣଦେଣ ପାଇଁ ଦେବାକୁ ପଡିବ ଅଧିକ ଶଳ୍କ । ଏ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି ନେସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ । ୟୁପିଆଇରେ ହେଉଥିବା ମର୍ଚାଣ୍ଟ ପେମେଣ୍ଟ ଉପରେ ପିପିଆଇ ଚାର୍ଜ ଲାଗୁ କରିବା ପାଇଁ ସୁପାରିଶ କରାଯାଇଛି । ନିର୍ଦ୍ଦେଶନାମା ଅନୁଯାୟୀ, ଏନପିସିଆଇ ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ ଅର୍ଥାତ ପିପିଆଇ ଲଗାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ଚାର୍ଜ ୦.୫-୧.୧ ପ୍ରତିଶତ ପର୍ଯ୍ୟନ୍ତ ଲାଗୁ କରିବା ପାଇଁ ସୁପାରିଶ କରାଯାଇଛି । ତେବେ ୨୦୦୦ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନରେ ୧.୧ ପ୍ରତିଶତ ପିପିଆଇ ଲାଗୁ କରାଯାଇପାରେ । ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ଅର୍ଥାତ ବ୍ୟବସାୟୀଙ୍କୁ ପେମେଣ୍ଟ କରୁଥିବା ବ୍ୟକ୍ତି ଏହି ଚାର୍ଜ ଦେବେ ବୋଲି କୁହାଯାଇଛି ।

ଡିଜିଟାଲ ମାଧ୍ୟମରେ ୨୦୦୦ଟଙ୍କାରୁ ଅଧିକ ପେମେଣ୍ଟ କଲେ ଆପଣଙ୍କୁ ଏହା ମହଙ୍ଗା ପଡିପାରେ । ରିପୋର୍ଟ ଅନୁସାରେ, ପ୍ରାୟ ୭୦ ପ୍ରତିଶତ ୟୁପିଆଇ ପିଟୁଏମ ଟ୍ରାଞ୍ଜାକ୍ସନ ୨୦୦୦ରୁ ଅଧିକ ମୂଲ୍ୟର ହୋଇଥାଏ । ତେଣୁ ଏବେଠୁ ଟ୍ରାଞ୍ଜାକ୍ସନ ପାଇଁ ୦.୫-୧.୧ ପ୍ରତିଶତର ଇଣ୍ଟରଚେଞ୍ଜ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଏହି ନିୟମ ଏପ୍ରିଏ ୧ ତାରିଖରୁ ଲାଗୁ ହେବା ପରେ ଆସନ୍ତା ୩୦ ସେପ୍ଟେମ୍ବର ପୂର୍ବରୁ ଏହାର ସମୀକ୍ଷା କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ତେବେ ଏହି ଇଣ୍ଟରଚେଞ୍ଜ ବିଭିନ୍ନ କ୍ଷେତ୍ରରେ ଅଲଗା ଅଲଗା ରହିଛି । ଫାର୍ମିଙ୍ଗ ଏବଂ ଟେଲିକମ୍ କ୍ଷେତ୍ରରେ ଏହି ଇଣ୍ଟଚେଞ୍ଜ ଫିସ୍ ସବୁଠୁ କମ୍ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.