fbpx
BJD
BJD SKY
BJD SKY

ବଳି ମୁହଁରୁ ବର୍ତ୍ତିଲେ ନାବାଳିକା; ପୂଜାରୀ ସମେତ ୫ ଗିରଫ୍

ନୂଆଦିଲ୍ଲୀ:  ଆପଣ ହୁଏତ ଅନେକ ଫିଲ୍ମ ଦେଖିଥିବେ । ଗୋଟେ ଫିଲ୍ମର ଶେଷରେ ହିରୋ ହିରୋଇନ୍ କୁ ରକ୍ଷା କରେ । ଆଉ ବେଳେ ବେଳେ ହିରୋଇନ୍ କୁ ଗୁଣ୍ଡା ଠାରୁ ବଞ୍ଚାଇବା ପାଇଁ ପୋଲିସ୍ ଠିକ୍ ଶେଷ ସମୟରେ ପହଞ୍ଚି ଉଦ୍ଧାର କରିଥାଏ । କିନ୍ତୁ ଏଠାରେ କାହାଣୀ ଟିକେ ଅଲଗା .. କିନ୍ତୁ କାହାଣୀଟି ଠିକ୍ ଫିଲ୍ମ ଷ୍ଟାଇଲରେ । ତାହା ପୁଣି ଶେଷ ମୁହୂର୍ତ୍ତରେ ଜଣେ ୧୦ ବର୍ଷର ଝିଅକୁ ବଳି ଦେବାକୁ ଯାଉଥିବା ବେଳେ ଉଦ୍ଧାର କରିଛି ପୋଲିସ୍ । ତନ୍ତ୍ରମନ୍ତ୍ରରେ ବଶବର୍ତ୍ତୀ ହୋଇ କର୍ଣ୍ଣାଟକର ଗୋଟିଏ ଗାଁରେ କିଛି ଲୋକ ୧୦ ବର୍ଷର ଝିଅକୁ ଚାଷ ଜମିରେ ବଳି ଦେବାର କାର୍ଯ୍ୟକ୍ରମ କରୁଥିବା ବେଳେ ପୋଲିସ୍ ଏହାକୁ ଭଙ୍ଗ କରିଛି । ଏହି ଘଟଣାରେ ବଳି ପାଇଁ ଆସିଥିବା ପୂଜାରୀ ସହିତ ୫ଜଣଙ୍କୁ ଗିରଫ ପୋଲିସ୍ ଗିରଫ କରିଛି ।

ସୂଚନା ଅନୁଯାୟୀ ନେଲାମଙ୍ଗଳା ଅନ୍ତର୍ଗତ ଗାନ୍ଧୀ ନଗର ଗ୍ରାମର ୪ର୍ଥ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣଙ୍କ ତାଙ୍କ ଘର ସାମ୍ନାରେ ଖେଳୁଥିବା ବେଳେ ଏହି ଘଟଣା ଘଟିଛି । ଏହି ୧୦ ବର୍ଷିୟ ଝିଅଟି ନିଜ ଜେଜେ ମା’ଙ୍କ ସହ ରହୁଥିଲା । ତାଙ୍କ ବାପା ମା’ ମଗାଡିରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ସେହିଦିନ ଝିଅଟି ବାହାରେ ଖେଳୁଥିବା ସମୟରେ ତାଙ୍କ ପଡ଼ୋଶୀ ଘରେ ରହୁଥିବା ଶାବିଥରମା ଓ ସୌମ୍ୟା ତାଙ୍କୁ ଅପହରଣ କରିନେଇଥିଲେ । ସେମାନେ ଦୁହେଁ ଝିଅଟିକୁ ବଳି ଦେବାକୁ ଗାଁ ନିକଟରେ ଥିବା ଚାଷ ଜମିକୁ ନେଇ ଯାଇଥିଲେ । ସେଠାରେ ଝିଅଟି ଚାଷ ଜମିର ମଝିରେ ଫୁଲ ମାଳ ପିନ୍ଧାଇବା ସହ ପୂଜାଅର୍ଚ୍ଚନା ମଧ୍ୟ ଆରମ୍ଭ କରିଦେଇଥିଲେ ।
କିନ୍ତୁୁ ଠିକ୍ ସମୟରେ ଜେଜେମା ଦେଖିଲେ ଯେ ତାଙ୍କ ନାତୁଣୀ ନାହିଁ ବହୁ ଖୋଜାଖୋଜି କରିଥିଲେ । ହଠାତ୍ ଚାଷ ଜମି ଆଡୁ ଏକ ଚିତ୍କାର ଶୁଣି ସେଠାରେ ପହଞ୍ଚିଲେ। ସେ ଏହାକୁ ଦେଖି ତୁରନ୍ତ ପୋଲିସ୍କୁ ଖବର ଦେଇଥିଲେ । ପୋଲିସ୍ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଝିଅଟିକୁ ବଳି ମୁହଁରୁ ଉଦ୍ଧାର କରିଥିଲା ।

ଅନ୍ୟପଟେ ନାବାଳିକା ଜଣକ ପୂରା ଘଟଣା ବିଷୟରେ ପୋଲିସ୍କୁ ଜଣାଇଥିଲା । ପୋଲିସ୍ ସେଠାରେ ବଳି ପାଇଁ ପୂଜା କରୁଥିବା ପୂଜାରୀ ସମେତ ୫ ଜଣଙ୍କୁ ଗିରଫ କରିଛି । କିନ୍ତୁ ଅଭିଯୁକ୍ତମାନେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ସେମାନେ ଚାଷ ଜମିରେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ଚାହୁଁଛୁ । ଯାହାଫଳରେ ପୂଜାରୀ ଜଣେ ଝିଅଟିକୁ ପୂଜା କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ଝିଅଟିକୁ ଫୁଲମାଳ ପିନ୍ଧାଇବା ପାଇଁ ସେଠାରେ ରଖିଥିଲେ ବୋଲି କହିଛନ୍ତି । ପୋଲିସ୍ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.