fbpx

ପୁଣି ଭାଇରାଲ ହେଲା ପାକିସ୍ତାନର ଭିଡିଓ, ଲାଇଭ ଚାଲିଥିବା ବେଳେ ଚାପୁଡା-ଗୋଇଠା ମାରିଲେ ନେତା

ଇସଲାମାବାଦ : ରାଜନୈତିକ ବିତର୍କ ସୋରେ ଭାଗ ନେଇଥିବା ଦୁଇ ନେତା ହଠାତ ମାରଧର କରିଥିଲେ । ଅନ୍ୟପଟେ ଲାଇଭ ଚାଲିଥିଲା ଯାହାକୁ ସମସ୍ତେ ଦେଖୁଥିଲେ । ସାମାଜିକ ଗଣମାଧ୍ୟମରେ ଏହି ଘଟଣାଟିଜାୱେଦ ଚୌଧୁରୀଙ୍କ ଦ୍ୱାରା ଉପସ୍ଥାପିତ ଜନପ୍ରିୟ ପାକିସ୍ତାନୀ ବିତର୍କ ସୋ ‘କାଲ ତକ’ରେ ଘଟିଛି । ମାଡଗୋଳ କରିଥିବା ଦୁଇ ନେତା ହେଉଛନ୍ତି ଇମରାନ ଖାନଙ୍କ “ପାକିସ୍ତାନୀ ତେହରୀକ-ଏ-ଇନସାଫ ନେତା ତଥା ଓକିଲ ଏବଂ ନୱାଜ ଶରିଫଙ୍କ ପାକିସ୍ତାନୀ ମୁସଲିମ ଲିଗ ନୱାଜ ସିନେଟର ଆଫନାନ ଉଲ୍ଲା ।

ବିତର୍କ ଚାଲିଥିବା ବେଳେ ସିନେଟର ଆଫନାନ ଖାଁ ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କ ନାଁରେ ଦୁର୍ନୀତି ଓ ସେନା ପ୍ରତିଷ୍ଠାନ ସହିତ ଗୁପ୍ତ ଆଲୋଚନା କରିଥିବା ଦୋଷାରୋପ କରିଥିଲେ । ଯୁକ୍ତିରେ ଏହାର ଉତ୍ତରଦେବା ପରିବର୍ତ୍ତେ ମାରୱାତି ଖାଁଙ୍କ ମୁଣ୍ଡରେ ମାଡ ମାରିଥିଲେ । ଏହାପରେ ଚାପୁଡା ଗୋଇଠା ମରାମରି ଚାଲିଲା । ଏହା ଦେଖିବା ପରେ ଦର୍ଶକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ । ଏହା ପରେ ନିଜ କାମକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ସଫେଇ ଦେଇଥିଲେ ।

Get real time updates directly on you device, subscribe now.