fbpx
BJD SKY
BJD SKY

ଭାରତୀୟଙ୍କ ପକେଟକୁ ହୋଇପାରେ ଆକ୍ରମଣ: ତୈଳଦର ପୁଣି ବୃଦ୍ଧି କରିବ ୟୁକ୍ରେନ-ଋଷର ଏହି ମହାଯୁଦ୍ଧ

BJD

ନୂଆଦିଲ୍ଲୀ: ଭାରତରେ ପଡିପାରେ ଋଷ ଏବଂ ୟକ୍ରେନ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧର ପ୍ରଭାବ । ଭାରତୀୟଙ୍କ ପକେଟକୁ ସିଧାସଳଖ କରିପାରେ ଆକ୍ରମଣ । ଉଭୟ ଦେଶର ଏହି କଳହ ଯୋଗୁଁ ଦେଶରେ କିଛି ଦିନରୁ ଅଶୋଧିତ ତୈଳଦର ବୃଦ୍ଧି ପାଇଥିଲା । ତେବେ ଯୁଦ୍ଧ ସମୟକୁ ଏହାର ମୂଲ୍ୟ ବ୍ୟାରେଲ ପିଛା ୧୦୩ ଆରବ ଡଲାରରେ ପହଞ୍ଚିଛି ।

ସେପଟେ ଗତ ୨ରୁ ୩ ମାସ ଭିତରେ ତେଲଦର ୨୭ ପ୍ରତିଶତ ବୃଦ୍ଧି ଘଟିସାରିଛି । ତେବେ ଏହା ଭିତରେ ସରକାର ତୈଳଦର ବୃଦ୍ଧି କରି ପାରିନାହାନ୍ତି । କିନ୍ତୁ ଉତ୍ତରପ୍ରଦେଶ ସହିତ ଅନ୍ୟ ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେବା ମାତ୍ରେ ତୈଳଦର ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ତୈଳ ବଜାରରେ ବର୍ତ୍ତମାନ ବ୍ୟାରେଲ ପିଛା ୧୦୩ ଡଲାର ରହିଛି । ସେହିପରି ଗରୋଇ ତୈଳ କମ୍ପାନୀ ମଧ୍ୟ ନଭେମ୍ବରରୁ ତୈଳଦରରେ ବୃଦ୍ଧି କରି ନାହାନ୍ତି । ସେବେଠୁ ଏହି ତୈଳ ବ୍ୟାରେଲ ପିଛା ୨୦ ଡଲାର ଅଧିକ ହୋଇ ସାରିଛି । ତେଣୁ ଯଦି ଏହି ଋଷ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲୁ ରହେ ତେବେ ତୈଳ ଦର ଖୁବ ଶୀଘ୍ର ବଢିବାର ଦେଖିବାକୁ ମିଳିବ । ତେବେ ଏହାର ପ୍ରଭାବରେ ପେଟ୍ରୋଲ ଏବଂ ଡିଜେଲ ଦର ଲିଟର ପିଛା ୧୫ ଟଙ୍କା ଲେଖାଏଁ ବୃଦ୍ଧି କରିପାରନ୍ତି ଘରୋଇ ତୈଳ କମ୍ପାନୀ । କେବଳ ସେତିକି ନୁହେଁ ଗ୍ୟାସ ଦାମ ମଧ୍ୟ ବଢିପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.