fbpx

କରୋନାକୁ ଭୟ ନାହିଁ! ପ୍ରେମିକକୁ ଭେଟିବା ପାଇଁ ଅଷ୍ଟ୍ରେଲିଆରୁ ଭାରତ ଚାଲି ଆସିଲେ ମହିଳା

‘ପ୍ରେମ କରୁଥିବା ଲୋକେ କାହାକୁ ଡରନ୍ତି ନାହିଁ’- ଏହା ଯେ କେବଳ କଥାରେ ଅଛି ତାନୁହେଁ, ବାସ୍ତବରେ ମଧ୍ୟ ଦେଖିବାକୁ ମିଳିଛି । ଯେଉଁଠି ସାରା ବିଶ୍ୱ କରୋନା ଭାଇରସ ବିରୋଧରେ ଯୁଦ୍ଧ ଲଢୁଛନ୍ତି, ସେଠାରେ ଦୁଇ ପ୍ରେମୀ ପରସ୍ପରକୁ ଭେଟିବା ପାଇଁ କରୋନାକୁ ଭୁଲିଯାଇଛନ୍ତି । ଏପରି ଏକ ଘଟଣା ଉତ୍ତରପ୍ରଦେଶର କାଠଗୋଦାମ ରେଳ ଷ୍ଟ୍ରେସନରେ ଦେଖିବାକୁ ମିଳିଛି । ଜଣେ ୩୭ ବର୍ଷୀୟା ଅଷ୍ଟ୍ରେଲୀୟ ମହିଳା ନିଜର ୧୭ ବର୍ଷୀୟ ପ୍ରେମିକଙ୍କୁ ଭେଟିବା ପାଇଁ କୋଲକାତାରୁ ରାନୀଖେତ ଏକ୍ସପ୍ରେସରେ ଆସି କାଠଗୋଦାମ ରେଳ ଷ୍ଟେସନରେ ପହଞ୍ଚିଥିଲେ ।

ମହିଳା ଜଣକଙ୍କୁ ପ୍ଲାଟଫର୍ମରେ ଏକୁଟିଆ ବୁଲୁଥିବାର ଦେଖି ରେଳ ଅଧୀକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ରେଳ ମେଡିକାଲ କର୍ମଚାରୀଙ୍କ ଦ୍ୱାରା ମହିଳାଙ୍କ ସ୍କ୍ରିନିଂ କରାଯାଇଥିଲା । ମହିଳା ଜଣକ କହିଥିଲେ ଯେ, ସେ ନିଜ ପ୍ରେମିକ ନୈନୀତାଲଙ୍କୁ ଭେଟିବାକୁ ଆସିଛନ୍ତି । କିନ୍ତୁ ଯୁବକ ଜଣକ ମହିଳାଙ୍କୁ ତାଙ୍କର ପତ୍ନୀ ଭାବେ ଅସ୍ୱୀକାର କରି ପ୍ରେମିକା ବୋଲି କହିଛନ୍ତି ।

ଯୁବକଙ୍କ କହିବା ମୁତାବକ, ସେ ଗୋଆର ଏକ ହୋଟେଲରେ ରୋଷେୟା ଭାବେ କାମ କରୁଥିବା ବେଳେ ସମ୍ପୃକ୍ତ ମହିଳାଙ୍କ ସହ ଭେଟ ହୋଇଥିଲା । ଏହା ପରେ କୋଲକାତାରେ ବହୁ ଥର ଦେଖା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା ।’ ତେବେ ସାରା ଦେଶ କରୋନା ଭୟରେ ଘରୁ ବାହାରୁ ନଥିବା ବେଳେ ଯୁବତୀଜଣକ ପ୍ରେମ ପାଇଁ ଭାଇରସକୁ ଖାତିର ନକରି ପ୍ରେମିକକୁ ଭେଟିବା ପାଇଁ ଭାରତ ଚାଲି ଆସିଥିଲେ, ଯାହା କି ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି ।

Get real time updates directly on you device, subscribe now.