୭ ଥର ମୃତ୍ୟୁ ମୁଖକୁ ଯାଇ ଫେରିଆସିଲେ ମହିଳା, ଜାଣନ୍ତୁ ପୁରା ଘଟଣା

ଥରେ ନୁହେଁ ୭ ଥର ମୃତ୍ୟୁ ମୁଖକୁ ଯାଇ ଫେରିଆସିଲେ ୫୦ ବର୍ଷୀୟା ମହିଳା

ଓଡିଶା ଭାସ୍କର: ଥରେ ନୁହେଁ 7 ଥର ମୃତ୍ୟୁ ମୁଖକୁ ଯାଇ ଫେରିଆସିଲେ ମହିଳା। କଥାରେ ଅଛି, “ରଖେ ହରି ତ ମାରେ କିଏ”, ଯାହାର ସ୍ପଷ୍ଟ ଉଦାହରଣ ଏହି ଘଟଣା।

ଶୋନା ହିରୋନ୍ସ ନାମକ ଜଣେ 50 ବର୍ଷୀୟା ମହିଳା, ଯିଏ କି 7 ଥର ମୃତ୍ୟୁର ନିକଟତର ହୋଇଛନ୍ତି। କିନ୍ତୁ କିଛି ବି ହୋଇନାହିଁ। ଆଜି ବି ସେ ସୁସ୍ଥ ଅବସ୍ଥାରେ ଜୀବନଯାପନ କରୁଛନ୍ତି।

ବାସ୍ତବରେ, ଶୋନାଙ୍କୁ ଏକ ଛୋଟ ଷ୍ଟ୍ରୋକ୍ ହୋଇଥିଲା, ତାଙ୍କ ହାର୍ଟରେ ଏକ ଛିଦ୍ର ହୋଇଥିଲା, ଥରେ ଏକ ବାଇକ୍ ଦୁର୍ଘଟଣାରେ ତାଙ୍କ ଜୀବନ ବିପଦରେ ପଡ଼ିଥିଲା।

କେବଳ ଏତିକି ନୁହେଁ, କ୍ୟାନସର ମଧ୍ୟ ତାଙ୍କୁ କଷ୍ଟ ଦେଇଥିଲା। ସେ କୋଭିଡ୍, ନିମୋନିଆ ଏବଂ ଜୀବାଣୁ ଜନିତ ମେନିଞ୍ଜାଇଟିସ୍ ମଧ୍ୟ ଭୋଗିଥିଲେ। ଏବଂ ଥରେ ତାଙ୍କ ମସ୍ତିଷ୍କ ଫୁଲିଗଲା। ତାଙ୍କୁ କୋମାରେ ରଖିବାକୁ ପଡ଼ିଲା। କିନ୍ତୁ ଏହି ଅଭିଜ୍ଞତା ଶୋନାଙ୍କୁ ବଦଳାଇ ଦେଇଥିଲା।

ଶୋନା ଆଉ ମୃତ୍ୟୁକୁ ଭୟ କରନ୍ତି ନାହିଁ। “ମୁଁ ମୃତ୍ୟୁକୁ ଭୟ କରେ ନାହିଁ,” ବୋଲି ସେ କୁହନ୍ତି। ବାଇକ୍ ଦୁର୍ଘଟଣାର ଦୁଇ ବର୍ଷ ପରେ, ତାଙ୍କୁ କର୍କଟ ରୋଗ ହୋଇଥିଲା। କିନ୍ତୁ ସେ ଜାଣିଥିଲେ ଯେ ଏହା ତାଙ୍କୁ ମାରିବ ନାହିଁ। “ଏବେ ସେ ଖୁସିରେ ଜୀବନ ଜାପନ କରୁଛନ୍ତି।