ପ୍ରେମିକା, ପ୍ରେମିକକୁ ଘରକୁ ଡାକିଲା, ତା ପରେ ଘରେ ଯାହା ହେଲା…

ରୁମମେଟ ନଥିବା ସମୟରେ ପ୍ରେମିକା, ପ୍ରେମିକକୁ ଘରକୁ ଡାକି ଯାହା କଲା, ପୋଲିସ ଜାଣି ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲା

ହାଇଦ୍ରାବାଦ: ଅନେକ ପିଲା ଚାକିରୀ ପାଇଁ ହେଉ କିମ୍ବା ପାଠ ପଢ଼ା ପାଇଁ ହେଉ ଅଲଗା ସହରରେ ଘର ଭଡା କରି ରୁହନ୍ତି। ଯେଉଁଠି  ରୁମରେ ଯିଏ ରୁମମେଟ ଥାଏ ତା ପ୍ରତି ଭରସା ରଖାଯାଏ। କିନ୍ତୁ ହାଇଦ୍ରାବାଦର ଏକ ଘଟଣା ଏହି ଭରସାକୁ ଭାଙ୍ଗି ଦେଇଛି।

ଏଠାରେ ଜଣେ ଝିଅ ରୁମମେଟ ନଥିବା ସମୟରେ ତାଙ୍କ ପ୍ରେମିକଙ୍କୁ ରୁମକୁ ଡାକନ୍ତି। କିନ୍ତୁ ଯେତେବେଳେ ତାଙ୍କ ରୁମମେଟ ସନ୍ଧ୍ୟାରେ ଘରକୁ ଫେରନ୍ତି ସେତେବେଳେ ଦେଖନ୍ତି ଯେ, ତାଙ୍କର ପର୍ସ ହଜି ଯାଇଛି। ତା ପରେ ସନ୍ଦେହ ସେ ବୟଫ୍ରେଣ୍ଡ ଉପରକୁ ଯାଏ।

ଘଟଣାଟି ହାଇଦ୍ରାବାଦର ୟେଲା ରେଡ୍ଡିଗୁଡ଼ା ଅଞ୍ଚଳର। ଶୈଲଜା ନାମକ ଜଣେ ମହିଳା ବଞ୍ଜାରା ହିଲ୍ସର ଏକ ହୋଟେଲରେ କାମ କରନ୍ତି। ସେ ସୌଭାଗ୍ୟା ନାମକ ଜଣେ ମହିଳା କର୍ମଚାରୀଙ୍କ ସହିତ ଏକ ଭଡ଼ା ଘରେ ରୁହନ୍ତି। ଦୁଇଜଣଙ୍କର ସିଫ୍ଟ ଅଲଗା ଅଲଗା ଥାଏ। ସେ ଯେଉଁ ଘରେ ରୁହନ୍ତି ସେହି ଘରେ କୌଣସି ଲକର କିମ୍ବା ଆଲମାରୀ ନାହିଁ।

ଗୋଟିଏ ଦିନ ଡ୍ୟୁଟିକୁ ଯାଉଥିବା ସମୟରେ, ଶୈଳଜା ତାଙ୍କର ଅଳଙ୍କାର ଏବଂ ଟଙ୍କାକୁ ଏକ ପର୍ସରେ ରଖି ରୁମରେ ଛାଡି ଯାଇଥିଲେ। କିନ୍ତୁ ସନ୍ଧ୍ୟାରେ ଯେତେବେଳେ ସେ ଘରକୁ ଫେରିଲେ, ସେତେବେଳେ ସେ ଆଉ ସେହି ପର୍ସକୁ ପାଇଲେ ନାହିଁ। ସେହି ସମୟରେ ସେ ଜାଣିପାରିଲେ ଯେ, ସୌଭାଗ୍ୟା ତାଙ୍କ ପ୍ରେମିକଙ୍କୁ ଦିନବେଳେ ଘରକୁ ଡାକିଥିଲେ। ତା ପରେ ତାଙ୍କୁ ସନ୍ଦେହ ହେଲା।

ସେ ବିଳମ୍ବ ନକରି ପୋଲିସ ପାଖକୁ ଯାଇ ଏକ ଏଫଆଇଆର ରୁଜୁ କଲେ ଏବଂ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଉଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।