fbpx
BSKY
BJD MC SKY
BJD YOUTH SKY

ମାର୍କେଟରେ ଏବେ ବି ଚାଲିଛି ୨୦୦୦ ଟଙ୍କିଆ ନୋଟ୍! Reserve Bank ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ମାର୍କେଟରେ ଉପଲବ୍ଧ ଟଙ୍କା ମଧ୍ୟ ଫେରାଇ ନେଇଛନ୍ତି ସମସ୍ତ ବ୍ୟାଙ୍କ । ଗତ ଅକ୍ଟୋବର ୭ ତାରିଖ ସୁଦ୍ଧା ମାର୍କେଟରେ ଉପଲବ୍ଧ ୨୦୦୦ ଟଙ୍କିଆ ନୋଟ ଫେରାଇ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ମଧ୍ୟ ୨୦୦୦ ଟଙ୍କିଆ ନୋଟ ମାର୍କେଟରେ ରହିଥିବା ଜାଣିବାକୁ ମିଳିଛି । ମାର୍କେଟରେ ଏବେ ପ୍ରାୟ ୯୭୬୦ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ରହିଥିବା କହିଛି ରିଜର୍ଭ ବ୍ୟାଙ୍କ ।

ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ମେ’ ୧୯ ତାରିଖ ସୁଦ୍ଧା ସର୍କୁଲେସନରେ ପ୍ରାୟ ୩.୫୬ ଲ୪ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଉପଲବ୍ଧ ରହିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହାର ୯୭.୨୬ ପ୍ରତିଶତ ନୋଟ ରଜର୍ଭ ବ୍ୟାଙ୍କକୁ ଫେରି ଆସିଛି । ତେଣୁ ଏବେ ବି ମାର୍କେଟରେ ପ୍ରାୟ ୯୭୬୦ କୋଟି ମୂଲ୍ୟର ଏହି ନୋଟ ରହିଥିବା କହିଛି ରିଜର୍ଭ ବ୍ୟାଙ୍କ । ତେବେ ବର୍ତ୍ତମାନ ମଧ୍ୟ ଏହି ନୋଟକୁ ବ୍ୟାଙ୍କରେ ପରିବର୍ତ୍ତନ କରାଯାଇ ପାରିବ ।

କିପରି ବଦଳାଇବେ ୨୦୦୦ ଟଙ୍କିଆ ନୋଟ୍?

ବର୍ତ୍ତମାନ ସମୟରେ ୨୦୦୦ ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କର ୧୯ ଇସ୍ୟୁ ଅଫିସ ଜରିଆରେ ଜମା/ପରିବର୍ତ୍ତନ କରିପାରିବେ ଗ୍ରାହକ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତାରେ ଏହି ମେସିନ୍ ଉପଲବ୍ଧ ରହିଛି । ଏହାବ୍ୟତୀତ ଗ୍ରାହକ ଇଣ୍ଡିଆ ପୋଷ୍ଟ ଜରିଆରେ ମଧ୍ୟ ଏହି ନୋଟକୁ ରିଜର୍ଭ ବ୍ୟାଙ୍କ ଅପିସକୁ ପଠାଇପାରନ୍ତି । ତେବେ ପ୍ରକ୍ରିୟା ସମ୍ପୂର୍ଣ୍ଣ ସଠିକ ହେବା ସହ ଉଚିତ ପରିଚୟ ପତ୍ର ସହ ରହିଥିବା ଆବଶ୍ୟକ । ଏହି ପରିଚୟ ପତ୍ର ତାଲିକାରେ ପାନ୍ କାର୍ଡ, ଆଧାର କାର୍ଡ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଇତ୍ୟାଦି ଗ୍ରହଣ କରାଯିବ ।
ଗତ ମେ’ ୧୯ ତାରିକରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ରୋକ ଲଗାଇବା ପାଇଁ ଘୋଷଣା କରିଥିଲେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ତେଣୁ ଏହି ଟଙ୍କା ଜମା/ପରିବର୍ତ୍ତନ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ ରହିଥିଲା । କିନ୍ତୁ ପରେ ଏହାକୁ ୭ ଦିନ ବୃଦ୍ଧି କରାଯିବା ସହ ଅକ୍ଟୋବର ୭ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଏହାପରେ ମଧ୍ୟ କିଛି ନୋଟ୍ ମାର୍କେଟରେ ରହି ଯାଇଥିବା ସୂଚନା ଦେଇଛି ଆରବିଆଇ ।

Get real time updates directly on you device, subscribe now.